3 ମାତ୍ର ଧାର୍ମିକମାନେ ଆନନ୍ଦିତ ହେଉନ୍ତୁ; ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ ଉଲ୍ଲାସ କରନ୍ତୁ;
ହଁ, ସେମାନେ ଆନନ୍ଦରେ ପ୍ରଫୁଲ୍ଲ ହେଉନ୍ତୁ।
4 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ନାମରେ ପ୍ରଶଂସା ଗାନ କର;
ଯେ ବାହନରେ ମରୁଭୂମି ଦେଇ ଆସୁଅଛନ୍ତି, ତାହାଙ୍କ ପାଇଁ ରାଜପଥ ପ୍ରସ୍ତୁତ କର;
ତାହାଙ୍କ ନାମ ସଦାପ୍ରଭୁ; ତୁମ୍ଭେମାନେ ତାହାଙ୍କ ସାକ୍ଷାତରେ ଉଲ୍ଲାସ କର।
5 ପରମେଶ୍ୱର ଆପଣା ପବିତ୍ର ବାସ ସ୍ଥାନରେ
ପିତୃହୀନମାନଙ୍କର ପିତା ଓ ବିଧବାମାନଙ୍କର ସୁରକ୍ଷାକର୍ତ୍ତା ଅଟନ୍ତି।