17 ଇଦାଂପାଚେ ମସାତି ପତ୍ଲେହି ଇଚାନ୍, "ନିଦାଂ ଇ କାମାୟ୍ ହାର୍ ଆକାୟ୍ । 18 ଏନ୍ ଆରି ନି ହାଂଦାକାନ୍ ଇ ମାନାୟ୍ ରିୟାର୍ ନିଚୟ୍ ହାରୁ ଆଜ଼ିହାନାର୍; ଇନେକିଦେଂକି ଇ କାମାୟ୍ ନି କାଜିଂ ବେସି ବଜ୍; ଏନ୍ ରୱାୟ୍ ଇଦାଂ ପୁରା କିଦେଂ ଆଡ଼ୁୟ୍ । 19 ଇନେକିଦେଂକି ନା କାତାତ ମାନ୍ଦିଆନ୍ କିଆ, ଆନ୍ ନିଙ୍ଗେଙ୍ଗ୍ ବୁଜାମାଣା କିଦ୍ନାଙ୍ଗ୍, ଆରେ, ପର୍ମେସ୍ୱର୍ ଲାଗେ ଏନ୍ ମାନାୟାର୍ ପାକ୍ୟା ଆଜ଼ି ହେୱାର୍ କାତା ପର୍ମେସ୍ୱର୍ ଲାଗାୟ୍ ୱେଚା । 20 ଆରେ, ଏନ୍ ହେୱାରିଙ୍ଗ୍ ବିଦି ବିଦାଣି ବଲ୍ ହିଆ ଆରି ହେୱାର୍ତି ହାନି ହାଜ଼ି ଆରି କିନି କାମାୟ୍ ଚଚା । 21 ଆରେ, ଏନ୍ ଇ ମାନାୟାର୍ ବିତ୍ରେତାଂ କାମାୟ୍ଆଡ୍ନାକାନ୍, ଇଚିସ୍, ପର୍ମେସ୍ୱର୍ କାଜିଂ ପାଣ୍ଡ୍ରାନାକାନ୍, ହାତ୍ପାନିକାନ୍ ଆରି ଅନ୍ୟାୟ୍ ଲାବ୍ ଗିଣ୍କିନାକାନ୍ ମାନାୟ୍ତିଂ ବାଚି କିୟା; ଆରେ, ହେୱାରିଙ୍ଗ୍ ମାନାୟାର୍ ଜପି ହାଜାର୍ ମୁଡ଼୍ଦାକନ୍, ସଏ ମୁଡ଼୍ଦାକାନ୍, ପଚାସ୍ ମୁଡ଼୍ଦାକାନ୍ ଆରି ଦସ୍ ମୁଡ଼୍ଦାକାନ୍ ଲାକେ ବାଚି କିୟା । 22 ହେୱାର୍ ସବୁୱେଡ଼ାଙ୍ଗ୍ ମାନାୟାର୍ତି ବିଚାର୍ କିଏନ୍, ଆରେ, ଇମ୍ଣାକାପା ଗାଜା କାତା ଆତିସ୍ ନି ଲାଗାୟ୍ ତାହିୱାନାର୍, ମତର୍ ହାରୁ କାତା ଆତିସ୍ ହେୱାର୍ ଜାର୍ ବିଚାର୍ କିନାର୍, ତା ଆତିସ୍ ନିଦାଂ ନିଜ୍ କାମାୟ୍ ଉସାସ୍ ଆନାତ୍, ଆରେ, ହେୱାର୍ ନି ଲାହାଂ ବଜ୍ ପିଣ୍ଡ୍ନାର୍ । 23 ଜଦି ଏନ୍ ଏଲେଂ କିତିସ୍, ଆରେ, ପର୍ମେସ୍ୱର୍ ଏଲେଂ କିନି କାଜିଂ ବଲ୍ ହିନାନ୍ ତେବେ ଏନ୍ ହୁଞ୍ଜେଙ୍ଗ୍ ଆଡ୍ନାୟ୍ ? ଆରେ ଇ ସବୁ ମାନାୟାର୍ ବିୱାହିଂ ଜାର୍ ବାହାତ ହାନାର୍ ।"