ଗିଆନର୍ ଲାବ୍
1 ଏ ମର୍ ପିଲାମନ୍, ବାବାର୍ ସିକିଆକେ ମାନା ଆରି ନିମାନ୍ କାତା କଇବାଟାକେ ମନ୍ଦିଆନ୍ ଦିଆସ୍, 2 କାଇକେବଇଲେ ମୁଇଁ ତମ୍କେ ନିମାନ୍ ସିକିଆ ଦେଲିନି, ମର୍ ଆଦେସ୍କେ ପାସ୍ରା ନାଇଁ। 3 ମୁଇଁ ତର୍ ବାବାର୍ ପିଲା ରଇଲି, ଆରି, ଆୟାର୍ ଆଁକି ତେଇ କଅଁଲା ଆରି ଲାଡର୍ ପିଲା ରଇଲି । 4 ବାବା ମକେ ସିକିଆ ଦେଇ କଇଲା, ତୁଇ ମର୍ କଇଲା କାତାକେ ସବୁବେଲେ ଏତାଆ, ଆରି ମର୍ ଆଦେସ୍ ସବୁ ପାଲନ୍ କରା, ତେବେ ତମେ ନିକ ସଙ୍ଗେ ଜିଇସା । 5 ଗିଆନ୍ ଅର୍ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ । 6 ତାକେ ଚାଡା ନାଇଁ; ତାର୍ପଚେ ସେ ତମ୍କେ ପାଲନ୍ କର୍ସି; ତାକେ ଲାଡ୍ କରା, ତାର୍ପଚେ ସେ ତମ୍କେ ରକିଆ କର୍ସି ।