16 ଚଅଟା ବିସଇକେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ସାତ୍ଟା କାତାକେ ମିସା ସେ ଗିନ୍ କର୍ସି । 17 ଆଁକ୍ରିଆ ଲକର୍ ଆଁକି, ମିଚ୍ କଇବା ଲକର୍ ଜିବ୍ ଆରି ବିନା ଦସ୍ କରି ରଇବା ଲକ୍କେ ମାର୍ବା ଲକର୍ ଆତ୍; 18 କାରାପ୍ ଚିନ୍ତା କର୍ବା ଲକର୍ ମନ୍, କାରାପ୍ କାମ୍ କର୍ବାକେ ପାଲାଇବା ଲକର୍ ଗଡ୍; 19 ମିଚ୍ ସାକି ଜେ କି ମିଚ୍ କଇସି ଆରି ଜେ ବାଇମନର୍ ବିତ୍ରେ କିରମାର କରାଇସି ।