ନିମାନ୍ ସିକିଆର୍ ମୁଲିଅ
1 ଦାଉଦର୍ ପିଲା ଇସ୍ରାଏଲର୍ ରାଜା ସଲ୍ମନ୍ ରାଜାର୍ ନିମାନ୍ ସିକିଆ; 2 ଗିଆନ୍ ଆରି ନିମାନ୍ ସିକିଆ ବୁଜ୍ବାକେ; ଗିଆନର୍ ବାକିଅ ଏତାଇବାକେ; 3 ନିମାନ୍ ଚାଲିଚଲନ୍, ଦରମ୍ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍ ପାଲନ୍ କର୍ବାକେ ପାର୍ସି; 4 ଦରମ୍ ଲକ୍ମନ୍କେ ଜାଗର୍ତା ଆରି ଦାଙ୍ଗ୍ଡା ଲକ୍କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ; 5 ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି; 6 ଆରି ଗଟେକ୍ ସିକିଆର୍ କାତା ଆରି ଉଦାଅରନର୍ କାତା ଆରି ଗିଆନିମନର୍ କାତା ଆରି ସେମନର୍ ମନ୍ ବିତ୍ରର୍ କାତା ବୁଜି ପାର୍ସା ।
ଦାଙ୍ଗ୍ଡା ଦାଙ୍ଗ୍ଡିମନ୍କେ ନିମାନ୍ ସିକିଆ
7 ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍ନା କର୍ବାଇ ।