1 ଜେ ନିଜ୍କେ ଅଲ୍ଗା କର୍ସି, ସେ ନିଜର୍ ନିକ ଚେସ୍ଟା କର୍ସି ଆରି ସବୁ ରକାମର୍ ନିମାନ୍ ଗିଆନ୍ ବିରଦ୍ରେ ଜାଗ୍ଡା କର୍ସି । 2 ମୁର୍କ ଲକ୍ ବୁଦିର୍ କାତା ସୁନି ସାର୍ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍ଦା ପାଇସି । 3 ଦୁସ୍ଟ ଆଇଲେ ଲାଜ୍ ଆଇସି, ଆରି ଅପ୍ମାନ୍ ସଙ୍ଗ୍ ନିନ୍ଦା ଆଇସି । 4 ନର୍ଲକର୍ ଟଣ୍ଡେ ଅନି ବାରଇଲା କାତା ଡେଙ୍ଗ୍ ପାନି ରକାମ୍, ଆରି ଗିଆନ୍ ଚୁଆ ପାନି ଗାଲା ପାରା । 5 ଦୁସ୍ଟର୍ ଲକର୍ ତାଡେ ଅଇକରି ଆରି ବିଚାର୍ କର୍ବା ଲଗେ ଦରମ୍ ଲକ୍କେ ଅନିଆଇ କର୍ବାଟା ବଲ୍ ନାଇଁ । 6 ମୁର୍କର୍ ଟଣ୍ଡ୍ ଜାଟିଜଗ୍ଡା କରାଇସି, ଆରି ତାର୍ ମୁଉଁ ମାଡ୍ କାଇବାକେ ଡାକ୍ସି । 7 ମୁର୍କର୍ ଟଣ୍ଡ୍ ତାର୍ ବିନାସ୍ ଅଇସି, ଆରି ତାର୍ ଟଣ୍ଡ୍ ନିଜର୍ ନିଜର୍ ଜିବନର୍ ପାନ୍ଦ୍ ରକାମ୍ । 8 କାନେ କାନେ କଇବା ଲକର୍ ବାକିଅ ଅମ୍ରୁତ୍ ରକାମ୍, ସେଟା ପେଟର୍ ଆତ୍ନିପଟାଇ ଜାଇସି । 9 ନିଜର୍ କାମ୍କେ ଜେ ଅଲସ୍ ଅଇସି, ସେ ବିନାସ୍ ଅଇବା ଲକର୍ ବାଇ । 10 ସବୁବେଲର୍ ମାପ୍ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍ ଲକ୍ ତେଇ ପାଲାଇ ଜାଇ ରକିଆ ପାଇବାଇ । 11 ସାଉକାର୍ ଲକର୍ ଦନ୍ ତାର୍ ଡାଟ୍ ନଅଁର୍, ଆରି ସେଟା ଡିସ୍ତେ ରଇବା ଉଚା ପାଚୁରି ପାରା । 12 ବିନାସର୍ ମୁଆଟେ ନର୍ଲକର୍ ମନେ ଗରବ୍ ଅଇସି, ଆରି ଦରମ୍ ଲକ୍କେ ସନ୍ମାନ୍ ଆଇସି । 13 ଜେ ସୁନ୍ବା ଆଗ୍ତୁ ଉତର୍ ଦେଇସି, ସେଟା ତାର୍ ଲଗେ ଅଗିଆନ୍ ଆରି ଲାଜର୍ କାତା । 14 ନର୍ଲକର୍ ଆତ୍ମା ତାର୍ କସ୍ଟ ସମାଲି ପାର୍ସି; ମାତର୍ ବାଙ୍ଗ୍ଲା ଆତ୍ମାକେ କେ ସମାଲି ପାରେ?
Publicidade