19 ଏ ମର୍ ପିଲା, ସୁନ୍, ଗିଆନ୍ ଅରଜ୍ ଆରି ତର୍ ମନ୍କେ ସତ୍ ବାଟେ ନେ । 20 ଅଙ୍ଗୁର୍ ରସ୍ କାଇବାକେ ମନ୍ କର୍ନାଇଁ ଆରି ମାଉଁସ୍ କାଉରା ମନର୍ ସଙ୍ଗେ ସଙ୍ଗ୍ସାତି ଅ ନାଇଁ । 21 କାଇକେବଇଲେ ମାତୁଆଲ୍ ଆରି କାଉରା ମନ୍ ଗରିବ୍ ଅଇବାଇ; ଆରି ଗୁନ୍ବା ଲକ୍ମନ୍କେ ଚିର୍ଲା ବସ୍ତର୍ ପିନ୍ଦାଇସି । 22 ତମ୍କେ ଜନମ୍ ଦେଇ ରଇବା ଆୟାବାବାର୍ କାତାକେ ମାନା, ଆରି ଆୟାବାବା ବୁଡାବୁଡି ଅଇଲେ ସରି ସେମନ୍କେ ଅରିଆନ୍ କରାନାଇଁ ।
Publicidade