ଗୁନ୍ଚଲନ୍ ରଇବା ମାଇଁଜି
10 ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି । 11 ମୁନୁସର୍ ମନ୍ ତାର୍ ଲଗେ ଆକା ଆସା ବର୍ସା କର୍ସି, ଆରି ସେ କାଇ କାମ୍ କଲେ ମିସା ଉନା ନ ଅଏ । 12 ସେ ତାର୍ ଜିଇବା କାଇବା ଜାକ ତାର୍ ମୁନୁସ୍କେ କାଇ କସ୍ଟ ନ ଦେଇ ଉନତି କର୍ସି ।