23 ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ । 24 ତମେ କୁଟ୍ କାତା କଇବାଟା ଚାଡି ଦିଆସ୍, ଆରି ପାଲ୍ତୁ କାତା କଇବାଟା ଚାଡି ଦିଆସ୍ । 25 ତମର୍ ଆଁକି ଆଗ୍ତୁ ଦେକ୍ ଆରି ତମର୍ ଆକିମାଟା ସଲ୍କେ ଦେକ୍ । 26 ତମେ ନିଜର୍ ପାଦ୍ ସିଦା କରି ମାଣ୍ଡା ଆରି ତମର୍ ସବୁ ବାଟ୍ ନିକ ଅଅ । 27 ଉଜା ବାଟେ କି ଡେବ୍ରି ବାଟେ ଜାଆ ନାଇଁ, ଆରି ତମର୍ ପାଦ୍ କାରାପ୍ ତେଇ ଅନି ଦୁରିକେ ରଅ ।
Publicidade
Publicidade