3 କାଇକେବଇଲେ ପାଦ୍ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍ ଚିକି ଜାଇତେ ରଇସି । 4 ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। 5 ସେ ମରନ୍ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍ନେ ସେ ଅଦର୍ସି; 6 ସେଟାର୍ପାଇଁ ସେ ତାର୍ ଜିବ୍ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍ରେ ଉପ୍ରେ ଅଇସି, ମାତର୍ ସେ ସେଟା ନାଜାନେ। 7 ସେଟାର୍ପାଇଁ ଏ ମର୍ ପିଲାମନ୍, ମର୍ କାତାକେ ସୁନା ଆରି ମର୍ କଇଲା ବାକିଅକେ ପାସ୍ରି ଜାଆ ନାଇଁ । 8 ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । 9 କେଜାନେ ଅଲ୍ଗା ଲକ୍ମନ୍ ତମର୍ ଇଜତ୍ ଜିକ୍ବାଇ ଆରି ବେଣ୍ଡିଆ ବେଲେ ମୁର୍କ ଲକ୍ମନ୍ ତକେ ମର୍ତେ ମାର୍ବାଇ ।
Publicidade