32 ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍ ଲକ୍; ସେ ନିଜର୍ ଜିବନ୍କେ ନସ୍ଟ କର୍ସି । 33 ସେ କସ୍ଟ ଆରି ଲାଜ୍ ପାଇସି; ଆରି, ତାର୍ ଦସ୍ କେବେ ମିସା ନ ଲୁଚେ । 34 କାଇକେବଇଲେ ମାଇଁଜିର୍ ପାଇଁ ଇସାତଲା ଅଇଲେ ବେସି ରିସା ଅଇସି; ସେ ରିସା ଅଇଗାଲା ବଇଲେ କେବେ ମିସା କେମା ନ କରେ । 35 ସେ କେତେକ୍ ବାବୁଜିଆ କଲେ ମିସା ରାଜି ନ ଅଏ; କି ତକେ ବେସି ଲାଚଁ ଦେବି ବଲି କଇଲେ ମିସା ସେ ନ ମାନେ।
Publicidade