ଗିଆନର୍ ଡାକ୍
20 ଗିଆନର୍ ଲକ୍ ବାଟ୍ ଲଗେ ଅନି ଆଉଲି ଅଇ ଡାକ୍ସି; ସେ ଡେଲା ବାଟେ ଅନି ନିଜର୍ ଆଉଲି ସୁନାଇସି; 21 ସେ ଲକ୍ମନ୍କେ ସଦ୍ରେ ଡାକ୍ସି; ନଅଁର୍ ଡାଣ୍ଡେ ଜବର୍ଲକ୍ ରଇବା ଜାଗା ଲଗେ ଅନି ନିଜର୍ କାତା ଆଉଲି ଅଇ କଇସି; 22 ଏ ଅମାନିଆଁ ଲକ୍ମନ୍, କେତେ ଦିନ୍ କାରାପ୍ କାମ୍କେ ନିମାନ୍ କଇସା ? ଏ ନିନ୍ଦା କର୍ବା ଲକ୍ମନ୍, କେତେ ଦିନ୍ ନିନ୍ଦା କାତାକେ ସନ୍ତୁସ୍ଟ ଅଇ ରଇସା ? ଏ ଅବୁଦିଆ ଲକ୍ମନ୍, ଆରି କେତେ ଦିନ୍ ସିକିଆକେ ଗିନ୍ କର୍ସା ? 23 ମୁଇଁ କଇବା କାତା ସୁନି ମନ୍ ବାଉଡାଆ; ଦେକା, ମୁଇଁ ତମର୍ ଉପ୍ରେ ମର୍ ଆତ୍ମା ଡାଲିଦେବି, ମର୍ ବାକିଅ ସବୁ ତମ୍କେ ଜାନାଇବି ।