ଗିଆନି ଲକର୍ ଇନାମ୍
1 ଏ ମର୍ ପିଲା, ତୁଇ ଜଦି ମର୍ କାତା ସୁନ୍ସୁ ଆରି ମର୍ ଆଦେସ୍ ପାଲନ୍ କର୍ସୁ; 2 ଜଦି ଗିଆନର୍ କାତା ସୁନ୍ସା ଆରି ବୁଜ୍ବାକେ ଚେସ୍ଟା କର୍ସା; 3 ଉଁ ଜଦି ତମେ ନିମାନ୍ ବାବ୍ନା ସଙ୍ଗ୍ ବାବ୍ସା ଆରି ବୁଦି ପାଇବାକେ ଗୁଆରି କର୍ସା; 4 ଜଦି ରୁପାକେ କଜ୍ଲା ପାରା କଜ୍ସା ଆରି ଲୁଚି ରଇଲା ଦନ୍ ପାରା ତାକେ କଜ୍ସା; 5 ତେବେ ତମେ ସବୁବେଲର୍ ମାପ୍ରୁକେ ଡର୍ବା ବିସଇ ବୁଜି ପାର୍ସା ଆରି ପର୍ମେସରର୍ ଗିଆନ୍ ପାଇସା । 6 କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି ।