1 ଏ ମର୍ ପିଲା, ତୁଇ ଜଦି ମର୍ କାତା ସୁନ୍ସୁ ଆରି ମର୍ ଆଦେସ୍ ପାଲନ୍ କର୍ସୁ; 2 ଜଦି ଗିଆନର୍ କାତା ସୁନ୍ସା ଆରି ବୁଜ୍ବାକେ ଚେସ୍ଟା କର୍ସା; 3 ଉଁ ଜଦି ତମେ ନିମାନ୍ ବାବ୍ନା ସଙ୍ଗ୍ ବାବ୍ସା ଆରି ବୁଦି ପାଇବାକେ ଗୁଆରି କର୍ସା; 4 ଜଦି ରୁପାକେ କଜ୍ଲା ପାରା କଜ୍ସା ଆରି ଲୁଚି ରଇଲା ଦନ୍ ପାରା ତାକେ କଜ୍ସା; 5 ତେବେ ତମେ ସବୁବେଲର୍ ମାପ୍ରୁକେ ଡର୍ବା ବିସଇ ବୁଜି ପାର୍ସା ଆରି ପର୍ମେସରର୍ ଗିଆନ୍ ପାଇସା । 6 କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି । 7 ସେ ସତ୍ ଲକର୍ ପାଇଁ ଗିଆନ୍ ଦେଇସି, ସେ ଦରମ୍ ଲକ୍ମନର୍ ପାଇଁ ଆଡ୍ବା ଆଡ୍ନା ପାରା । 8 ଜେନ୍ତିକି ସେ ନିଆଇର୍ ବାଟ୍ ରକିଆ କରି ପାର୍ସି ଆରି ତାର୍ ସାଦୁ ଲକ୍ମନର୍ ଇଣ୍ଡ୍ବା ବାଟ୍ ସମାଲ୍ସି । 9 ସେଟାର୍ପାଇଁ ତମେ ଦରମଟା, ନିମାନ୍ ବିଚାର୍ କର୍ବାଟା, ନିଆଇ କର୍ବାଟା ଆରି ମଙ୍ଗଲର୍ ସବୁ ବାଟ୍ ଜାନ୍ସା । 10 କାଇକେବଇଲେ ଗିଆନ୍ ତମର୍ ଗର୍ବେ ପୁର୍ସି, ଆରି, ବିଦିଆ ତମର୍ ଜିବନ୍କେ ସାନ୍ତି କର୍ସି ; 11 ପିଆସ୍ ସଙ୍ଗେ ତମେ ବୁଦି ଆକା ତମ୍କେ ଉଦାର୍ କର୍ସି । 12 ତାର୍ପଚେ ଜନ୍ ଲକ୍ମନ୍ ବେକାର୍ କାତା କଇବାଇ, 13 ଜନ୍ ଲକ୍ମନ୍ ଆନ୍ଦାର୍ ବାଟେ ଜିବାର୍ ଆଇବାର୍ କର୍ବାଇ ଆରି ନିମାନ୍ ବାଟ୍କେ ଚାଡି ଦେବାଇ; 14 ଜନ୍ ଲକ୍ମନ୍ କାରାପ୍ କାମ୍ କର୍ବାକେ ସାର୍ଦା ଅଇବାଇ ଆରି ଦୁସ୍ଟମନର୍ ପାଲ୍ତୁ କାତାକେ ଦାର୍ବାଇ; 15 ଜନ୍ ଲକ୍ମନ୍ ନିଜର୍ ନିଜର୍ ଇଣ୍ଡ୍ବା ବାଟେ କାରାପ୍ ଚିନ୍ତା ଆରି ନିଜର୍ ବାଟ୍ ଚାଡିକରି ବିନ୍ ବାଟେ ଇଣ୍ଡ୍ବାଇ, ଏ ରକାମ୍ଲକ୍ମନ୍ କାରପ୍ କାମ୍ କର୍ବା ଲକ୍ ମନର୍ ବାଟେ ଅନି ତମ୍କେ ଉଦାର୍ କର୍ସି । 16 ଆରି, ଜନ୍ ମାଇଁଜି ସୁଆଦ୍ ମୁଦୁର୍ କାତା କଇସି, ଜନ୍ ମାଇଁଜି ନିଜର୍ ମୁନୁସ୍କେ ଚାଡିକରି ପର୍ମେସରର୍ ନିୟମ୍କେ ପାସ୍ରି କରି ଅଲ୍ଗା ମୁନୁସ୍ ମନର୍ ସଙ୍ଗେ ବୁଲ୍ସି : 17 ତାର୍ ଗର୍ କୁରୁପ୍ନାସ୍ ଅଇ ଜାଇସି 18 ଆରି ଜାର୍ ମନ୍ ବିନ୍ ମାଇଁଜିମନ୍କେ ଆଁକି ପାକାଇସି, ସେ ବାଟେ ଗାଲେ କେ ମିସା ବାଉଡି ଆସି ନାପାରେ ଆରି ଜିବନର୍ ବାଟ୍ ଆରି ପାଇ ନାପାରେ, 19 ଏରକାମ୍ ବିନ୍ ମାଇଁଜି ମନର୍ ଲଗେ ଅନି ତମ୍କେ ଉଦାର୍ କରା ଅଇସି । 20 ସେଟାର୍ପାଇଁ ତମେ ସତ୍ ଲକ୍ମନର୍ ବାଟେ ଇଣ୍ଡା ଆରି ଦରମ୍ ଲକ୍ମନର୍ ବାଟେ ଜାଆ, 21 କାଇକେବଇଲେ ଦରମ୍ ଲକ୍ମନ୍ ଦେସ୍ ବିତ୍ରେ ବାସା କରି ରଇବାଇ, ଆରି ସତ୍ ନିମାନ୍ ଲକ୍ ସିତି ସାନ୍ତି ସଙ୍ଗେ ରଇବାଇ। 22 ମାତର୍ କରାପ୍ ଲକ୍ମନ୍ ଦେସ୍ ବିତ୍ରେ ଅନି ବିନାସ୍ ଅଇବାଇ ଆରି ବିସ୍ବାସେ ବିସ୍ ଦେଉମନ୍କେ ଦେସ୍ ବିତ୍ରେ ଅନି କେଦି ଦେବାଇ ।
Publicidade
Provérbios 2
ଗିଆନି ଲକର୍ ଇନାମ୍