24 ସେ ଦବ୍ଲା ବସ୍ତର୍ ତିଆର୍ କରି ବିକ୍ସି, ଆରି ବେବାରିମନ୍କେ ଆଁଟାବେଡା ମିସା ବିକ୍ସି । 25 ବପୁ ଆରି ଗୁନ୍ଚଲନ୍ ଆକା ତାର୍ ବସ୍ତର୍ ପାରା, ଆରି ଆଇବା ଦିନ୍ମନ୍କେ ସେ କାଇଟାକେ ମିସା ନ ଡରେ । 26 ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି । 27 ସେ ନିଜର୍ ଗର୍କୁଟୁମର୍ ଚାଲିଚଲନ୍କେ ମନ୍ଦିଆନ୍ ଦେଇସି, ଆରି ସେ କାମ୍ ନ କଲେ ସରି ନ କାଏ ।