5 ଗିଆନ୍ ଅର୍ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ । 6 ତାକେ ଚାଡା ନାଇଁ; ତାର୍ପଚେ ସେ ତମ୍କେ ପାଲନ୍ କର୍ସି; ତାକେ ଲାଡ୍ କରା, ତାର୍ପଚେ ସେ ତମ୍କେ ରକିଆ କର୍ସି । 7 ଗିଆନ୍ ଅଇଲାନି ସବୁଟାନେ ଅନି ବଡ୍, ସେଟାର୍ପାଇଁ ଗିଆନ୍ ସିକା, ଆରି, ତମର୍ ସବୁ ମୁଲିଅ ତେଇଅନି ନିମାନ୍ ବାବ୍ନା ଅଦିକ୍ ମୁଲିଅ । 8 ତାକେ ବସ୍ତର୍ ପାରା ପିନ୍ଦା, ସେ ତମ୍କେ ସାଉକାର୍ କର୍ସି; ତାର୍ ସଙ୍ଗେ ଆଲାଦ୍ ସଙ୍ଗେ ରଇଲେ, ସେ ତର୍ ନାଉଁକେ ଡାକ୍ପୁଟା କର୍ସି ।
Publicidade
Publicidade