3 କାଇକେବଇଲେ ପାଦ୍ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍ ଚିକି ଜାଇତେ ରଇସି । 4 ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। 5 ସେ ମରନ୍ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍ନେ ସେ ଅଦର୍ସି; 6 ସେଟାର୍ପାଇଁ ସେ ତାର୍ ଜିବ୍ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍ରେ ଉପ୍ରେ ଅଇସି, ମାତର୍ ସେ ସେଟା ନାଜାନେ।
Publicidade