ଦାରିଆ କାମ୍ କରୁ ଜାଗର୍ତା
20 ଏ ମର୍ ପିଲା, ତୁଇ ତର୍ ବାବା କଇଲା କାତାକେ ପାଲନ୍ କର୍, ଆରି, ତର୍ ଆୟାର୍ ସିକିଆକେ ପାସ୍ରି ଦେସ୍ନାଇଁ । 21 ସେଟା ସବୁବେଲେ ତର୍ ମନ୍ ବିତ୍ରେ ରଅ, ନିଜର୍ ଗାଲାଇ ପିନ୍ଦା । 22 ତୁଇ ଇଣ୍ଡ୍ଲା ବେଲେ ସେଟା ତକେ ବାଟ୍ ଦେକାଇସି, ଆରି ସଇଲା ବେଲେ ସେଟା ତକେ ଜାଗୁଆଲ୍ ଅଇସି; ଜାଗ୍ବାବେଲେ ସେଟା ତମର୍ ସଙ୍ଗ୍ କାତାବାର୍ତା ଅଇସି । 23 କାଇକେବଇଲେ ସେ ଆଦେସ୍ ଅଇଲାନି ବତି ଆରି ସେ ସିକିଆ ଉଜଲ୍ ଆରି ସିକିଆ ପାଇବାଟା ଅଇଲାନି ଜିବନର୍ ଗଟେକ୍ ବାଟ୍;