23 ତୁମାର୍ ହୁର୍ଦୟ୍କେ ଜଃତୁନେ ରଃକା; କାୟିତାକ୍ବଃଲେକ୍ ସେତିହୁଣି ଜିବନାର୍ ଜଃରିୟାହାଣି ଉବ୍ଜାଣ୍ ଅୟିଦ୍। 24 ନିଜାର୍ତଃୟ୍ ହୁଣି ରେଳିୟାକଃତା ଦୁର୍କଃରା ଆର୍ ବାଙ୍ଗ୍ଟା କଃତା ବେସି ଦୁର୍କଃରା। 25 ତୁମାର୍ ଆକି ଆଗେ ଦଃକା ଆର୍ ତୁମାର୍ ଆକିପତା ଆଗ୍ବାଟ୍ ଉଗାଳା ଅୟିରେଅ। 26 ତୁମି ନିଜାର୍ ହାଦ୍ ସଃଳ୍କେ କଃରି ହଃକାଉଆ ଆର୍ ତୁମାର୍ ସଃବୁ ବାଟ୍ ଟିକ୍ ରଃୟିଦ୍। 27 କାତାଆତ୍ କି ଡେବ୍ରି ଆତ୍ ବାଟ୍ ଜଃହା ନାୟ୍, ଆରେକ୍ ତୁମାର୍ ହାଦ୍ କଃରାପ୍ କାମେ ହୁଣି ଦୁରି ରେଉଅ।
Publicidade
Publicidade