8 ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। 9 କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍। 10 କେଜାଣ୍ ଅଚିନା ଲକ୍ମଃନ୍ ତର୍ ବଃଳେ ହୁର୍ନ୍ ଅଃଉତି, ଆର୍ ତର୍ କାମାର୍ ହଃଳ୍ ବିଦେସି ଗଃରେ ରଃକାଜାୟିଦ୍; 11 ଆର୍ ତୁମାର୍ ସେସ୍ ଅଃବୁସ୍ତା ବଃଳ୍ ଜଃଡେବଃଳ୍ ମାସ୍ ଆର୍ ଗଃଗାଳ୍ ଦୁର୍ବଳ୍ ଅୟିଦ୍, ତୁମି କେଜାଣ୍ କାନ୍ଦାସ୍। 12 ଆରେକ୍ କଃଉଆସ୍ ମୁୟ୍ ବଃଲ୍ସିକ୍ୟା କାୟିତାକେ ନଃହାୟିଲେ, ମୁଁୟି ବଃଲ୍ ସିକ୍ୟାକେ କାୟ୍କଃରୁକ୍ ନିଚ୍ କଃଲେ! 13 ମୁୟ୍ ନିଜାର୍ ଗୁରୁ ମଃନ୍କାର୍ କଃତା ମାନି ନଃକେଲେ ଆର୍ ଜେମଃନ୍ ମକେ ସିକ୍ୟା ଦିଲାୟ୍ ସେମଃନ୍କାର୍ ବାକ୍ୟକେ ମୁୟ୍ ସୁଣିନଃକେଲେ, 14 ମୁୟ୍ ସମାଜ୍ ଆର୍ ମଣ୍ଡଳି ଲଃଗେ ସଃବୁ ହଃର୍କାର୍ ବିପଦେ ହଃଳ୍ଲେ।
Publicidade
Publicidade