12 ମେଃଡାଗ୍ଲା ନେ ଏ ମିଡିଗ୍ ମିସର୍ ଦେସ୍ ବିଚେ ନେୱେଏ ବାରି ମିସର୍ ଦେସ୍ନେ ରେମୁଆଁ ବାରି ପସୁନେ ସର୍ତେ ପର୍ତୁମ୍ ଜନମ୍ ଡିଂକ୍ନେ ଗଡ଼େଅକେ ନେବାଗୁଏଃଏ; ବାରି ମିସର୍ନେ ସାପା ଦେବତାନେ ବିଚାର୍ ଡିଂଚେ ଡଣ୍ଡ୍ ନେବିଏ; ନେ ମାପ୍ରୁ । 13 ଆତେନ୍ସା ପେ ଆଣ୍ଡି ଆଣ୍ଡିନେ ଡୁଆନିଆ ପେଲେଏ, ଆତେନ୍ ଡୁଆନିଆ ଆତେନ୍ ମ୍ମ୍ୟାଁ ଚିନ୍ ରକମ୍ ଡିଂଚେ ଲେଃଏ; ଆରି ନେ ମିସର୍ ଦେସ୍କେ ଡଣ୍ଡ୍ ବିଃନେ ବେଲା ଆତେନ୍ ମ୍ମ୍ୟାଁକେ କେଲା, ଆପେକେ ଆନ୍ତାର୍ଚେ ଆରି ବିନ୍ଅରିଆ ୱେଏ, ବିନାସ୍ ଆଃଡିଂନେ ମାଃସ ମୁଇଂ ମିସର୍ ଆଡ଼ାତ୍ରା ଡିଂଏ, ଆପେକେ ମାଡ୍ ଆଡିଙ୍ଗ୍ ଣ୍ଡୁ ।