20 ତାର୍ପଚେ ପର୍ମେସର୍ କଇଲା, ପାନି ବେସି ଜମା ଅଇ ଜିବନ୍ ରଇବାଟାମନ୍ ସବୁ ଜାତ୍ ଅଅତ୍ ଆରି ପୁର୍ତିବିର୍ ଉପ୍ରର୍ ଆକାସେ ଚଡଇ ମନ୍ ଉଡିବୁଲତ୍ । 21 ଆରି ପର୍ମେସର୍ ବଡ୍ବଡ୍ ତିମିମାଚ୍ ମନ୍ ଆରି ବିବିନ୍ ରକାମର୍ ଜାତି ଇସାବେ ବେସିଲଚେକ୍ ପାନିତେଇ ରଇବା ଜନ୍ତ୍ଜିଆତ୍ ଆରି ବିବିନ୍ ରକାମର୍ ଜାତି ଇସାବ୍ରେ ଚଡଇମନ୍ ତିଆର୍ କଲା, ଆରି ପର୍ମେସର୍ ଏଟା ସବୁକେ ନିକ ସଙ୍ଗେ ଦେକ୍ଲା। 22 ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍କରି କଇଲା, ବେସି କୁଲ୍ ଜନମ୍ ଅଇ ସମ୍ଦୁରର୍ ପାନିତେଇ ବର୍ତିଅଇ ଜାଆ, ଆରି ପୁର୍ତିବିତେଇ ଚଡଇଜାତି ବେସି ଅଇ ଜାଅତ୍ । 23 ତାର୍ପଚେ ସଞ୍ଜ ଅଇ ସାକାଲ୍ ପାଇଲାକେ ପାଞ୍ଚ୍ଦିନ୍ ଅଇଲା। 24 ସବୁବେଲର୍ ପର୍ମେସର୍ କଇଲା, ପୁର୍ତିବିତେଇ ନିଜର୍ ନିଜର୍ ଜାତି ଇସାବ୍ରେ ଜିବନ୍ ରଇଲା ଜିବ୍ଜନ୍ତୁମନ୍, କଇବାକେ ଗାଲେ ଗାଅଁର୍ ପସୁ ଆରି ପେଟ୍ ସଙ୍ଗେ ରାଙ୍ଗ୍ବାଟାମନ୍ ଆରି ନିଜର୍ ନିଜର୍ ଜାତି ଅନୁସାରେ ପୁର୍ତିବିର୍ ବନେ ରଇବା ଜନ୍ତୁମନ୍ ଜାତ୍ଅଅତ୍, ତେବର୍ପାଇ ସେରକାମ୍ ଅଇଲା ।
Publicidade