26 ତାର୍ପଚେ ପର୍ମେସର୍ କଇଲା, ମର୍ ନିଜର୍ ବାନିମୁର୍ତି ପାରା ଆରି ନିଜର୍ ପାରା କରି ଗଟେକ୍ ନର୍କେ ତିଆର୍ କର୍ବି। ସେମନ୍ ପାନି ତେଇ ଜିଇବା ମାଚ୍ ମନ୍କେ ଆରି ଉଡି ବୁଲ୍ବା ଚଡଇ ମନ୍କେ ଆରି ପସୁମନ୍କେ ଆରି ସବୁ ପୁର୍ତିବିର୍ ବୁଏଁ ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁ ସବୁକେ ସାସନ୍ କର୍ସି। 27 ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା ।
Publicidade