27 ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା । 28 ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍ କଲା; ଆରି, ପର୍ମେସର୍ ସେମନ୍କେ କଇଲା, ତମର୍ ଜାତିକୁଲ୍ ବେସି ଅଅତ୍, ଆରି ପୁର୍ତିବିସାରା ପୁରାପୁରୁନ୍ ଅଇକରି ବାସା ଅଅତ୍, ଆରି ପାନିଲଗେ ରଇବା ମାଚ୍ ମନ୍କେ ଆରି ଉଡିବୁଲ୍ବା ଚଡଇ ମନ୍କେ ଆରି ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ଉପ୍ରେ ସାସନ୍ କରା ।