21 ସବୁଦିନର୍ ମାପ୍ରୁ ପର୍ମେସର୍ ଆଦମ୍କେ ମଲାପାରା ସୁଆଇ ଦେଇକରି ତାର୍ ଗଟେକ୍ ପାଞ୍ଜ୍ରାଆଡ୍ ନେଇକରି ସେ ଜାଗା ଲଗେ ମାଉଁସ୍ ଜଡିଦେଲା । 22 ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । 23 ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । 24 ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
Publicidade
Publicidade