6 ଆରି ସାରା କଇଲା, ପର୍ମେସର୍ ମକେ ସାର୍ଦା ଆରି ଆନନ୍ଦ୍ ଦେଲା ଆଚେ, ଏଟା ସୁନି କରି ସବୁ ଲକ୍ ମର୍ ସଙ୍ଗେ ସାର୍ଦା ଅଇଲାଇ। 7 ସେ ଆରି ତରେକ୍ କଇଲା, ସାରା ପିଲାମନ୍କେ ଦୁଦ୍ କୁଆଇସି, ଏ କାତା ଅବ୍ରାଆମ୍କେ କେ କଇ ପାର୍ସି କି ? କାଇକେ ବଇଲେ ମୁଇଁ ଏବେ ଡକ୍ରା ଅଇଲା ବେଲେ ପିଲା ପାଇଲି ବଲି।