ଅବ୍ରାମର୍ ବିସ୍ବାସର୍ ପରିକା
1 ଏ ସବୁ ଗଟ୍ନା ଗଟ୍ଲା ପଚେ ପର୍ମେସର୍ ଅବ୍ରାଆମ୍କେ ବିସ୍ବାସର୍ ପରିକା କଲା, ସେ ତାକେ କଇଲା ଏ ଅବ୍ରାଆମ୍ । ତାର୍ପଚେ ଅବ୍ରାଆମ୍ ଉତର୍ ଦେଲା, ଦେକା, ମୁଇଁ ଇତି ଆଚି । 2 ସେଡ୍କିବେଲେ ପର୍ମେସର୍ କଇଲା, ତୁଇ ଏବେ ନିଜର୍ ପିଲାକେ, ତମର୍ ଗଟେକ୍ ବଲି ପିଲାକେ, ତମେ ଜାକେ କି ଲାଡ୍ କଲୁସ୍ନି, ସେ ଇସାକ୍କେ ନେଇଁ ମରିଆ ଦେସେ ଜାଆ, ଆରି ଆମେ ସେ ଦେସେ ଜନ୍ ଡଙ୍ଗର୍ ବଲିକରି କଇଲୁନି, ସେ ଡଙ୍ଗର୍ ଉପ୍ରେ ତାକେ ଅମ୍ବଲି ଦେସ୍ ।
3 ତାର୍ପଚେ ଅବ୍ରାଆମ୍ ସାକାଲ୍ ସାକାଲ୍ ଉଟି କରି ଗଦ ଉପ୍ରେ ଜିନିସ୍ପତର୍ ଲାଦିକରି ଦୁଇଟା ଦାସ୍ ଆରି ନିଜର୍ ପିଲା ଇସାକର୍ ସଙ୍ଗେ ଗାଲାଇ, ଆରି ଅମ୍ ପାଇଁ ଦାରୁକାଟି ପର୍ମେସରର୍ ଗଟେକ୍ ଜାଗାଇ ଗାଲାଇ । 4 ତାର୍ପଚେ ତିନ୍ଦିନ୍ ଗାଲାପଚେ ଅବ୍ରାଆମ୍ ଦୁରିକେ ଅନି ସେ ଜାଗାକେ ଦେକ୍ଲା । 5 ସେଡ୍କିବେଲେ ଅବ୍ରାମ୍ ସେ ଦାସ୍ ମନ୍କେ କଇଲା, ତମେ ଏ ଜାଗାଇ ଗଦ ସଙ୍ଗେ ରୁଆ, ମୁଇଁ ଆରି ପିଲା ଦୁଇଲକ୍ ସେ ଜାଗାଇ ଜାଇ ପାର୍ତନା କରି ସାର୍ଲା ପଚେ ତମର୍ ଲଗେ ବାଉଡି ଆଇବୁ ।
6 ତାର୍ପଚେ ଅବ୍ରାମ୍ ଜଗିଅ କର୍ବା ଦାରୁ ଦାରି ନିଜର୍ ପିଲା ଇସାକର୍ କନ୍ଦେ ବୁଆଇ ଦେଇ ନିଜର୍ ଆତେ ଜଇ ଆରି କାଟ୍ରା ଦାରିକରି ଦୁଇଲକ୍ ମିସ୍ତେ ଗାଲାଇ । 7 ଆରି ଇସାକ୍ ନିଜର୍ ବାବା ଅବ୍ରାଆମ୍କେ ଡାକି କଇଲା, ଏ ମର୍ ବାବା । ତେଇ ସେ ଉତର୍ ଦେଲା, ନୁନା, ଦେକ୍ ମୁଇଁ ଇତି ଆଚି, ସେଡ୍କିବେଲେ ସେ ପାଚାର୍ଲା, ଏଟା ଦେକ୍, ଜଇ ଆରି ଦାରୁ ଆଚେ, ମାତର୍ ଅମ୍ ପଡାଇବାକେ ମେଣ୍ଡାପିଲା କେନେ ?
8 ତାର୍ପଚେ ଅବ୍ରାମ୍ କଇଲା, ନୁନା, ସମାନ୍ ବେଲାଇ ଅମ୍ କର୍ବାକେ ପର୍ମେସର୍ ମେଣ୍ଡାପିଲା ଜାଗାଇସି । ତେଇ ଦୁଇଲକ୍ ମିସ୍ତେ ବାରଇ ଗାଲାଇ ।
9 ତାର୍ପଚେ ପର୍ମେସର୍ ବାଚି ରଇଲା ଜାଗାଇ କେଟ୍ଲା ପଚେ , ଅବ୍ରାମ୍ ସେ ଲଗେ ଗଟେକ୍ ଜଗିଅ କର୍ବା ବେଦି ତିଆର୍ କରି ତାର୍ ଉପ୍ରେ ଦାରୁ ରଚି ନିଜର୍ ପିଲା ଇସାକ୍କେ ବାନ୍ଦି ବେଦିର୍ ଦାରୁ ଉପ୍ରେ ସୁଆଇଲାଇ । 10 ତାର୍ପଚେ ଅବ୍ରାଆମ୍ ଆତ୍ ଟେକି ପିଲାକେ ମାର୍ବାକେ କାଟ୍ରା ବେଟ୍ଲା । 11 ସେଡ୍କିବେଲେ ଆକାସେ ଅନି ସବୁବେଲର୍ ମାପ୍ରୁର୍ ଦୁତ୍ ତାକେ ଡାକି କଇଲା, ଏ ଅବ୍ରାଆମ୍, ଏ ଅବ୍ରାଆମ୍, ତେଇ ସେ କଇଲା, ଦେକ୍ ମୁଇଁ ଇତିଆଚି ।
12 ତାର୍ପଚେ ସେ କଇଲା, ତୁଇ ସେ ପିଲାର୍ ଉପ୍ରେ ଆତ୍ ଲାଗାଉ ନାଇଁ, ଆରି ତାକେ କାଇଟା କର୍ନାଇଁ, କାଇଟାକେ ବଇଲେ ପର୍ମେସରର୍ ଉପ୍ରେ ତମର୍ ଡର୍ ଆଚେ, ଏଟା ଏବେ ମୁଇ ଜାନ୍ଲି, କାଇକେ ବଇଲେ ତୁଇ ମକେ ନିଜର୍, ତର୍ ଗଟେକ୍ବଲି ପିଲାକେ ଦେବାକେ ନ ଦେଇ ବଲି ମନା କରୁସ୍ ନାଇ ।