16 ସବୁବେଲର୍ ମାପ୍ରୁ କଇଲାନି, ତୁଇ ନିଜର୍ ଗଟେକ୍ ବଲି ପିଲାକେ ନ ଦେଇ ବଲିକରି ମନା କରୁସ୍ ନାଇ, 17 ତର୍ ଏ କାମର୍ ପାଇଁ ବଲିକରି ଆମେ ନିଜର୍ ନାଉଁରେ ପର୍ମାନ୍ କରି କଇଲୁନି, ଆମେ ତମ୍କେ ଆରି ମିସା ଆସିର୍ବାଦ୍ କରି ଆକାସର୍ ତାରାମନ୍ ଆରି ସମ୍ଦୁରର୍ ବାଲି ପାରା ତମର୍ କୁଲ୍ ବେସି କର୍ବୁ, ତମର୍ କୁଲ୍ ସତ୍ରୁ ମନର୍ ନଅଁର୍କେ ଅଦିକାର୍ କର୍ବାକେ ଦେବୁ । 18 ଆରି ପୁର୍ତିବିର୍ ସବୁ ଜାତି ତମର୍ କୁଲର୍ ପାଇଁ ଆସିର୍ବାଦ୍ ପାଇବାଇ, କାଇକେବଇଲେ ତମେ ଆମର୍ ବାକିଅକେ ପାଲନ୍ କଲାସ୍ନି।