3 ସେ ଜସେପ୍ ଜାକୁବ ଡକ୍ରା ଲକର୍ ପିଲା ଅଇବାକେ ଜାକୁବ ସବୁ ପିଲାମନର୍ ଲଗେ ଅନି ବେସି ଲାଡ୍ କଲା, ଆରି ତାକେ କାବ୍ରା ଚିତ୍ରା ରଙ୍ଗର୍ ଗଟେକ୍ ବସ୍ତର୍ ତିଆର୍ କରି ଦେଇ ରଇଲାଇ । 4 ମାତର୍ ବାବା ସବୁପିଲାର୍ ଲଗେ ଅନି ଜସେପ୍କେ ଅଦିକ୍ ଲାଡ୍ କର୍ବାଟା ଦେକି ତାର୍ ବାଇମନ୍ ତାକେ ନିଚ୍ ବାବ୍ଲାଇ ଆରି ତାର୍ ସଙ୍ଗେ ଲାଡର୍ କାତା କଇ ନାପାର୍ଲାଇ ।