12 ସେ ବୁଇଁଲଗେ ଚାସ୍କାମ୍ କଲେ ମିସା ସେଟା ନିଜର୍ ବପୁ ଦେଇ ଆରି ତମର୍ ସେବା ନ କରେ, ତମେ ପୁର୍ତିବି ଲଗେ ପାଲାଇ ବୁଲ୍ବା ପର୍ଦେସି ପାରା ଲକ୍ ଅଇସା । 13 କଇନ୍ ପର୍ମେସର୍କେ କଇଲା, ମର୍ ଡଣ୍ଡ୍ ସମାଲି ଅଏ ନାଇଁ । 14 ଦେକା ତୁଇ ଆଜି ମକେ ଏ ଜାଗାଇ ଅନି କେଦି ଦେଲୁସ୍, ସେଟାର୍ ପାଇଁ ତମର୍ ମୁଆଟେ ଅନି ଆଜିଜିବି, ଏଟାର୍ ପାଇଁ ପୁର୍ତିବି ତେଇ ଆରି ପାଲାଇ ବୁଲ୍ବା ଲକ୍ ଅଇ ଏରକାମ୍ ଅଇବି ଜେ, କେ ମିସା ଦେକ୍ଲେ ମକେ ମାରି ମରାଇବାଇ । 15 ଆରି ପର୍ମେସର୍ ତାକେ କଇଲା, ସେଟାର୍ପାଇଁ କେ ଜଦି କଇନ୍କେ ମର୍ତେ ମାର୍ଲେ, ତାର୍ ସାତ୍ଗୁନ୍ ଦଣ୍ଡ୍ ପାଇସି। ଆରି କେ ତାକେ ଦେକି ଜେନ୍ତି କି ନ ମାରତ୍, ସେଟାର୍ ପାଇଁ ସବୁବେଲର୍ ମାପ୍ରୁ କଇନର୍ ପାଇଁ ଗଟେକ୍ ଚିନ୍ ତିଆର୍ କଲା 16 ତାର୍ପଚେ କଇନ୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ପାଲାଇ ଜାଇ ଏଦନ୍ ବାଡର୍ ପୁରୁବ୍ ଦିଗର୍ ନଦ ନାଅଁର୍ ଜାଗାଇ ବାସା କଲା ।