5 ମାତର୍ ତମେସବୁ ମକେ ଇତି ଆନ୍ବାକେ ବିକ୍ଲାସ୍ ବଲି ଏବେ ଦୁକ୍ ଆରି ନିଜର୍ ନିଜର୍ ବିତ୍ରେ ରିସା ଉଆ ନାଇଁ, କାଇକେ ବଇଲେ ପର୍ମେସର୍ ଜିବନ୍ ବଞ୍ଚାଇବାକେ ତମର୍ ଆଗେ ମକେ ପାଟାଇଲା ଆଚେ। 6 ଦେକା ସତ୍ସେ ଦୁଇ ବରସ୍ ଅଇଲାଆଚେ ଦେସେ ମର୍ଡି ଅଇଆଚେ, ଆରି ପାଞ୍ଚ୍ ବରସ୍ ବାକି ଆଚେ, ତେଇ ଚାସ୍ କି କାଦିକଣ୍ଡା ନ ପାଚେ, 7 ସେଟାର୍ପାଇଁ ପର୍ମେସର୍ ପୁର୍ତିବି ତେଇ ତମ୍କେ ଆଇବା ପିଡି ରକିଆ କର୍ବାକେ ଆରି ଉଦାର୍ କର୍ବାକେ ତମ୍କେ ଜିବନ୍ ବଞ୍ଚାଇବାକେ ତମର୍ ଆଗେ ମକେ ପାଟାଇ ଆଚେ । 8 ସେଟାର୍ପାଇଁ ତମେ ମକେ ଏ ଜାଗା ଲଗେ ପାଟାଇ ଆଚାସ୍, ସେଟା ନଏଁ ପର୍ମେସର୍ ପାଟାଇଆଚେ, ଆରି ସେମକେ ପାରର୍ ବାବା ଆରି ତାକର୍ ଗରର୍ ମାଲିକ୍ ପାର ଆରି ସବୁ ମିସର୍ ଦେସର୍ ମାଲିକ୍ କରି ଆଚେ ।