13 ସେଟାର୍ ପାଇ ପର୍ମେସର୍ ନଅକେ କଇଲା , ଆମର୍ ଲଗେ ଗୁଲାଇ ଜଗତର୍ ନର୍ ଆରି ଜନ୍ତ୍ଜିଆତର୍ ମର୍ବା ବେଲା କେଟ୍ଲାବେ , କାଇକେ ବଇଲେ ସେମନର୍ ଲଗେ ଅନି ପୁର୍ତିବି କାରାପ୍ କାମେ ପୁରାପୁରୁନ୍ ଅଇଆଚେ ,ଆରି ଦେକା ,ଆମେ ପୁର୍ତିବି ସଙ୍ଗ୍ ସେମନ୍କେ ମରାଇ ଦେବି । 14 ତମେ ନିଜର୍ ପାଇ ବଲି ଦେବ୍ଦାରୁ କାଟ୍ ସଙ୍ଗେ ଗଟେକ୍ ଜାଜ୍ ତିଆର୍ କର୍, ସେ ବିତ୍ରେ ବିନ୍ବିନ୍ ବାକ୍ରା ତିଆର୍ କରି ସେ ବିତ୍ରେ ଆରି ବାଇରର୍ ମଉଡ୍ ବାଟେ ଲାକ୍ ସଙ୍ଗେ ଲିପା, 15 ସେଟା ଏ ରକାମ୍ ତିଆର୍ କର୍ସା, ଲମା ତିନିସ ଆତ୍, ଅସାର୍ ପଚାସ୍ ଆତ୍, ଉଁଚା ତିରିସ୍ ଆତ୍ ଅଇସି । 16 ଉପ୍ରେ ଅନି ଗଟେ ଆତ୍ ଚାଡି ଜର୍କା ଚାଡା, ଆରି ସିତି ଦୁଆର୍ ଚାଡା , ଗଟେକ୍ ଦୁଇଟା ଆରି ତିନ୍ଟା ଉପ୍ରେ ଉପ୍ରେ ତିଆର୍ କରା ।
Publicidade
Publicidade