6 ତାର୍ପଚେ ଚାଲିସ୍ ଦିନ୍ ଗାଲା ପଚେ ନଅ ତିଆର୍ କଲା ଜାଜ୍ର୍ ଜର୍କା ଉଗାଡି ଦେଲା, 7 ତାର୍ପଚେ ଗଟେକ୍ କୁଆକେ ଉଡାଇ ଦେଲା। ପୁର୍ତିବିର୍ ପାନି ଆଟ୍ବା ଜାକ ସେ ଏନେ ତେନେ ଉଡି ବୁଲ୍ତେ ରଇଲା । 8 ଆରି ତରେକ୍ ନଅ ବୁଏଁ ପାନି ଆଟ୍ଲା କି ନାଇ ବଲିକରି ଜାନ୍ବାକେ ଗଟେକ୍ ପରୁଆକେ ଉଡାଇ ଦେଲା । 9 ସେଡ୍କିବେଲେ ପୁର୍ତିବିତେଇ ପାନି ବର୍ତି ରଇଲାକେ ପରୁଆ ନିଜର୍ ଗଡ୍ ମାଣ୍ଡ୍ବାକେ ଜାଗା ନ ମିଲ୍ଲାକେ ଜାଜ୍ଲଗେ ଲେଉଟି ଆଇଲା, ସେଟାର୍ ପାଇ ସେ ଆତ୍ଲାମାଇ ତାକେ ଦାରି ଜାଜ୍ ବିତ୍ରେ ନିଜର୍ ପାକେ ଆନ୍ଲା । 10 ଆରି ସାତ୍ଦିନ୍ ଗାଲାପଚେ ନଅ ସେ ପରୁଆକେ ଆରି ତରେକ୍ ଜାଜ୍ ବିତ୍ରେ ଅନି ଉଡାଇ ଦେଲା । 11 ତାର୍ପଚେ ପରୁଆ ସଞ୍ଜ୍ବେଲାଇ ତାର୍ଲଗେ ବାଉଡି ଆଇଲା, ଆରି ଦେକ୍ଲା , ତାର୍ ଟଣ୍ଡେ ଜିତ୍ ଗଚର୍ ନୁଆ ପତର୍ ରଇଲା । ସେଟାର୍ ପାଇ ପୁର୍ତିବିର୍ ପାନି ଆଁଟି ଆଇଲାନି ବଲି କରି , ନଅ ଜାନ୍ଲା , 12 ଆରି ସାତ୍ଦିନ୍ ଗାଲାପଚେ ନଅ ସେ ପରୁଆକେ ଆରି ତରେକ୍ ଉଡାଇଲା, ମାତର୍ ସେ ଆର୍ତରେକ୍ ତାର୍ଲଗେ ବାଉଡି ଆସେନାଇ ।
Publicidade
Publicidade