4 ମାତର୍ ତମେ ଜିବନ୍ ବନି ମିସି ରଇବା ମାଉଁସ୍ କାଆ ନାଇ । 5 ଆରି ଆମେ ତମର୍ ଜିବନର୍ ବନିର୍ ବାଦ୍ଲା ନେବାଟା ନେବୁ ଆକା, ସବୁ ଜିବ୍ଜନ୍ତୁ ଲଗେ ଅନି ଅଅକି ନର୍ଲକର୍ ତେଇ ଅନି ଅଅ, ତାର୍ ବାଦ୍ଲା ନେବୁ, ଆମେ ସବୁ ନର୍ଲକର୍ ବାଇର୍ ତି ଅନି ନର୍ଲକର୍ ଜିବନର୍ ବାଦ୍ଲା ନେବି । 6 ଜେ କି ନର୍ଲକ୍କେ ମାର୍ସି, ସେ ଲକର୍ ବାଦୁଲେ ତାକେ ମାରା ଅଇସି, କାଇକେ ବଇଲେ ପର୍ମେସର୍ ନିଜର୍ ବାନିମୁର୍ତି କରି ନର୍ ଲକ୍କେ ତିଆର୍ କଲା ଆଚେ ।