25 ବପୁ ଆରି ଗୁନ୍ଚଲନ୍ ଆକା ତାର୍ ବସ୍ତର୍ ପାରା, ଆରି ଆଇବା ଦିନ୍ମନ୍କେ ସେ କାଇଟାକେ ମିସା ନ ଡରେ । 26 ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି । 27 ସେ ନିଜର୍ ଗର୍କୁଟୁମର୍ ଚାଲିଚଲନ୍କେ ମନ୍ଦିଆନ୍ ଦେଇସି, ଆରି ସେ କାମ୍ ନ କଲେ ସରି ନ କାଏ । 28 ତାର୍ ପିଲାଟକିମନ୍ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍ ମୁନୁସ୍ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍ଦାର୍ କାତା କଇସି; 29 ବେସି ଦାଙ୍ଗ୍ଡି ମନର୍ ଲଗେ ଗୁନ୍ଚଲନ୍ ଆଚେ, ମାତର୍ ସେ ସର୍ତେ ଦାଙ୍ଗ୍ଡିମନର୍ ତେଇ ଅନି ତୁଇ ଅଦିକ୍ ସୁନ୍ଦର୍ । 30 ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
Publicidade
Provérbios 31
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.