ସିକ୍ୟାର୍ ମଲ୍
1 ଦାଉଦାର୍ ହୟ୍ସି ଇସ୍ରାଏଲାର୍ ରଃଜା ସଲମଃନାର୍ ଉହ୍କାର୍ ସିକ୍ୟା।
2 ଗିଆନ୍ ଆର୍ ବଃଲ୍ସିକ୍ୟା ବୁଜୁକେ ବୁଦି ଦେତା ଲକ୍ମଃନ୍ ବାକ୍ୟକେ ବିଚାର୍ କଃରୁକେ; 3 ଦଃର୍ମି ଆର୍ ବଃଲ୍ବିଚାର୍ ଆର୍ ନ୍ୟାୟ୍ ବିସୟେ ବୁଜୁହାର୍ତା ସକ୍ତି ହାଉଁକେ; 4 ସଃଜା ଲକ୍କେ ଜାଗ୍ରତ୍ ଆର୍ ଦଃଙ୍ଗ୍ଳା ଲକ୍ମଃନ୍କେ ଗିଆନ୍ ଆର୍ କାମେପିଆସ୍ ରଃୟିଦ୍;