ଗିଆନାର୍ ଉହ୍କାର୍
1 ଏ ମର ହଅମଃନ୍, ଉବାର୍ ସିକ୍ୟା ସୁଣା ଆର୍ ବୁଜୁକେ ଦିଆନ୍ ଦିଆସ୍। 2 କାୟିତାକ୍ବଃଲେକ୍ ମୁୟ୍ ତୁମିମଃନ୍କେ ବଃଲ୍ ସିକ୍ୟା ଦେଉଁଲେ, ମର୍ ଆଦେସ୍କେ ହାସ୍ରାନାୟ୍। 3 ମୁୟ୍ ମର୍ ଉବାର୍ ହୟ୍ସି ରିଲେ, ଆରେକ୍ ଆୟାର୍ ଆକିୟେ କଃଉଁଣା ଆର୍ ଗଟେକ୍ ମଃତର୍ ଲାଡାର୍ ହିଲା ରିଲେ। 4 ଉବା ମକେ ସିକ୍ୟା ଦଃୟ୍ କୟ୍ରିଲା, ତର୍ ମଃନେ ମର୍ କଃତାସଃବୁ ରଃକ୍, ଆରେକ୍ ମର୍ ଆଦେସ୍ ସଃବୁ ମାୟିନ୍ କଃର୍ ତଃବେ ତୁୟି ବାଚ୍ସି। 5 ଗ୍ୟାନ୍ ଅଃର୍ଜନ୍ କଃର୍ , ବଃଲ୍ ବିଚାର୍ କଃର୍, ଆରେକ୍ ମର୍ ଟଣ୍ଡାର୍ ବଃଚନ୍ ଲଃଗେହୁଣି ଅଃଲ୍ଗା ବାଟ୍ ଜାଆନାୟି। 6 ତାକେ ଚାଡାନାୟିଁ, ତାକେ ଲାଡ୍କଃରା, ତଃବେ ସେ ତୁମିକେ ରଃକ୍ୟା କଃରେଦ୍।