15 ତୁମି ନିଜାର୍ ମାୟିଜି ସଃଙ୍ଗ୍ ସତେରିଆ ଆର୍ ତାକେହଃକା ଲାଡ୍କଃରା। 16 ତୁମାର୍ ଜଃର୍ନିୟାହାଣି କାୟିରି ଏଣେତେଣେ ଜାୟିଦ୍ ? ଆର୍ ରଃଜାର୍ ସଃକ୍ଳିୟେ କାୟ୍ ହାଣି ନାଳ୍ ଜାୟିଦ୍ ? 17 ସେରି ତୁମାର୍ ଅଃଉଅ, ତୁମାର୍ ସଃଙ୍ଗ୍ ଅଚିନା ଲକ୍ମଃନ୍କାର୍ ନଃଉଅ। 18 ତୁମାର୍ ଜଃର୍ନିୟା ଦନ୍ୟ ଅଃଉଅ; ଆର୍ ତୁମି ନିଜାର୍ ଦଃଙ୍ଗ୍ଡା ବଃଳାର୍ ଡକୁର୍ଦି ମଃନ୍କାର୍ ସଃଙ୍ଗ୍ ସଃର୍ଦା କଃରା। 19 ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍। 20 ଏ ମର୍ ହଅ,ବିନ୍ଲକାର୍ ଡକୁର୍ସି ସଃଙ୍ଗ୍ ତୁମି କାୟିତାକ୍ ଟାଣିଅଃଉଁଲିସ୍ ? ଅଃଲ୍ଗା ଲକାର୍ ଜଃଙ୍ଗ୍ କାୟିତାକ୍ ହଃଟଳୁଲାସ୍।
Publicidade
Publicidade