ଇସ୍ରାଏଲ୍ତେ ବବିଷ୍ୟତ୍ତେ ଗୌରବ୍
1 ତେଦାଟ୍, ୱେଇସ୍ ଆୟ୍ମୁଟ୍, ବାତେଙ୍କ୍ଇତ୍କେ ମିୟାଦ୍ ୱେଇସ୍ ମିନ୍ଦେ ନୁ ସଦାପ୍ରବୁନ୍ ୱେଇସ୍ ମିଇ ପରୁ ୱାସ୍ମିନ୍ଦେ। 2 ମାତର୍, ଉଡ଼େ, ଇକାଡ଼୍ ପୃତିବିତିଙ୍କ୍ ନୁ ଅଦିକ୍ ଇକାଡ଼୍ ଗୋଷ୍ଟିତେ ନାରୁଡ଼୍କିଙ୍କ୍ ମୁସିତ୍; ମାତର୍ ମିଇ ପରୁ ସଦାପ୍ରବୁ ୱାଦ୍ତଣ୍ଡ୍ ନୁ ଅନାଦ୍ ୱେସ୍ ମିଇ ପରୁ ତନ୍ଦିତେ। 3 ମେଣ୍ଡେ, ୱେରେ ଦେଶ୍ତେନଡ଼୍ ମିୟାଦ୍ ୱେଇସ୍ ଗାରେ ନୁ ରାଜାନଡ଼୍ ମିଇ ପରିତ୍ରାଣ ୱେଇସ୍ତେ ପାକେ ୱାଦ୍ତଡ଼୍।