1 ସୋର୍ ନାଗେନ୍ତେ ଆୟାର୍କାଜି, ହେ ତର୍ଶିଶ୍ରାଃ ଦାଆଃଜାହାଜ୍ ଚାଲାଅତାନ୍କ, ଆପେ ହାଏ ହାଏ ରିକାଏପେ। ଚିୟାଃଚି ସୋର୍ ନେ'ଲେକା ଜିୟନ୍କାନା ଯେ, ଏନ୍ତାଃରେ ଜେତାନ୍ ଅଡ଼ାଃ ବାନଃଆ ଚାଏ ଦାଆଃଜାହାଜ୍ ଦହ ଠାୟାଦ୍ ବାନଃଆ। କିତ୍ତିମ୍ ଦିଶୁମ୍ଏତେ ଇନ୍କୁକେ ନେ ସବେନ୍ କାଜି ଉଦୁବାକାନା। 2 ହେ ଟାପୁରେ ତାଇନ୍ତାନ୍ ହଡ଼କ ଓଡ଼ୋଃ ସିଦୋନ୍ରେନ୍ କିରିଙ୍ଗ୍ ଆଖ୍ରିଙ୍ଗ୍ ରିକାତାନ୍ ହଡ଼କ, ଆପେକେ ଅକ ଦାଆଃଜାହାଜ୍ ଚାଲାଅତାନ୍ ହଡ଼କ କିସାଁଣ୍ କେଦ୍ପେୟାକ, ଏନ୍ ସବେନ୍କ ଚୁପ୍ଚାପ୍ ତାଇନ୍ପେ। 3 ମାରାଙ୍ଗ୍ ଦରେୟା ସିୟୋର୍ ହରାଏତେ ହିତାଜାଙ୍ଗ୍ ଓଡ଼ୋଃ ନିଲ୍ ନାହିଁରାଃ ହିତା ଆୟାଃ କିରିଙ୍ଗ୍ ଆଖ୍ରିଙ୍ଗ୍ ଏତେ ସାରେଜାକାନ୍ ତେୟାଃକ ତାନାଃ। ଏନ୍ ଦିପିଲିରେ ଏନା ଗଟା ଦିଶୁମ୍ରାଃ ମିଆଦ୍ ମାରାଙ୍ଗ୍ କିରିଙ୍ଗ୍ ଆଖ୍ରିଙ୍ଗ୍ ରେୟାଃ ଠାୟାଦ୍ ତାଇକେନା।
4 ହେ ସିଦୋନ୍, ଆମ୍ ଗିହୁଗଃମେ, ଚିୟାଃଚି ଦରେୟା ଓଡ଼ୋଃ ଦରେୟାରାଃ ମାରାଙ୍ଗ୍ ଗୁମାଟ୍ ନେ କାଜି କାଜିକେଦା, "ଆଇଙ୍ଗ୍ ହାମ୍ବାଲ୍ରୋୱା ରେୟାଃ ଦୁକୁ କାଇଙ୍ଗ୍ ନାମ୍ ଚାଏ ହାମ୍ବାଲ୍ରୋୱା କା ହବାକାନା। ଆଇଙ୍ଗ୍ କଡ଼ା ହନ୍କଆଃ ଯାତାନ୍ କାଇଙ୍ଗ୍ ଇଦି ଚାଏ କୁଡ଼ି ହନ୍କକେ କାଇଙ୍ଗ୍ ଆସୁଲ୍।"
5 ନେ ସୋର୍ ଦିଶୁମ୍ରେୟାଃ କାଜିକ ମିସାର୍ ଦିଶୁମ୍ରେନ୍ ହଡ଼କ ଆୟୁମେ ରେଦ ପୁରାଃଗି ଆକ୍ଚାକାଅ କେନଃଆକ।
6 ଦରେୟା ପାରମ୍ କେଦ୍ତେ ତର୍ଶିଶ୍ତେ ସେନଃପେ, ହେ ଟାପୁରେ ତାଇନ୍ତାନ୍ ହଡ଼କ, ଦୁକୁତେ ହାଏ ହାଏ ରିକାଏପେ। 7 ନେଆଁ ଚି ଆପେୟାଃ ପୁରାଃ ରାସ୍କାରାଃ ନାଗାର୍ ତାନାଃ ? ନେଆଁ ମାରି ଦିପିଲିରେଗି ମାରି ତାଇକେନା, ନେଆଁରାଃ କାଟାମାଣ୍ଡା ପୁରାଃ ସାଙ୍ଗିନ୍ ଦିଶୁମ୍କରେ ବଲ ନାଗେନ୍ତେ ନେଆଁକେ ଇଦିକେଦା। 8 ମୁକୁଟ୍ କିରିଙ୍ଗ୍ ଆଖ୍ରିଙ୍ଗ୍ ତାଇକେନ୍ ସୋର୍ ନାଗାର୍ରେନ୍ ହଡ଼କ ରାଜ୍କୁମାର୍ ଲେକା ତାଇକେନାକ। ଆୟାଃ ହାକିମ୍ ହଡ଼କ ଅତେଦିଶୁମ୍ରେନ୍ ମାଇନାନ୍ ହଡ଼କ ଲେକା ତାଇକେନାକ। ଏନାରାଃ ଉଲ୍ଟାରେ ନେ ରଜୋଟ ଅକଏ ରିକାକେଦାଏ ? 9 ନେଆଁ ତାଇକେନା ପୁରାଃ ପେଡ଼େୟାନ୍ ପ୍ରାଭୁଆଃ ରଜୋଟ, ପ୍ରାଭୁ ଇନିୟାଃ ଆହାଙ୍କାର୍କେ ସତ୍ରା ନାଙ୍ଗ୍ ଓଡ଼ୋଃ ଦିଶୁମ୍ରେନ୍ ସବେନ୍ ମାଇନାନ୍ ହଡ଼କକେ ଗିହୁଃଇଚିକ ନାଗେନ୍ତେ ନେ'ଲେକା ରିକାକେଦାଏ।
10 ହେ ତର୍ଶିଶ୍ରେନ୍ କୁଡ଼ିକ, ଆପେ ନିଲ୍ନାହିଁ ଲେକା ଆପେୟାଃ ଦିଶୁମ୍ ଥାଲାରେ ସେନଃପେ, ନାହାଃଁଦ ଆପେୟାଃ ମାୟାଙ୍ଗ୍ରେ କାସ୍ନା କା ତଲାକାନା। 11 ପ୍ରାଭୁ ଆୟାଃ ତିଃଇକେ ଦରେୟା ଚେତାନ୍ରେ ଜିଲିଙ୍ଗ୍ କାଦା, ଇନିଃ ରାଇଜ୍କକେ ଟାଲ୍ମାଲାଅ କାଦାଏ, "ପ୍ରାଭୁ କିନାନ୍ରେୟାଃ ମାଜ୍ବୁତ୍ ଗୁମାଟ୍କକେ ଜିଅନ୍ ରିକା ନାଙ୍ଗ୍ ଇନିୟାଃ ବିରୁଧ୍ରେ ହୁକୁମ୍ ଏମାକାଦାଏ।" 12 ଇନିଃ କାଜିକେଦାଏ, ହେ ଡିଣ୍ଡାକୁଡ଼ି ସିଦୋନ୍ ନାଗାର୍, ନାହାଃଁଦ ଆମ୍ ସିଗିଦ୍ ନାମାକାଦାମ୍। ଆମ୍ ଓଡ଼ୋଃ ଚିଉଲାହ କାମ୍ ରାସ୍କାନାଃ। ବିରିଦ୍ମେ, ପାରମ୍ କେଦ୍ତେ କିତ୍ତିମ୍ତେ ସେନଃମେ, ମେନ୍ଦ ଏନ୍ତାଃରେ ହଁ ଆମ୍ ରୁଡ଼ୁନ୍ କାମ୍ ନାମେୟା।
13 କଲ୍ଦିୟ ହଡ଼କଆଃ ଦିଶୁମ୍କେ ନେଲେମେ, ନେ ହଡ଼କ ସୋର୍ ନାଗାର୍କେ ବିର୍ଜାଁତୁକଆଃ ତାଇନ୍ ଠାୟାଦ୍ ବାଇୟାକାଦାକ। ଆସେରିୟାରେନ୍ ହଡ଼କ ଏନ୍ଲେକା କାକ ରିକା, ଇନ୍କୁ କେସେଦ୍ ବିୟୁର୍ ନାଙ୍ଗ୍ ଗୁମାଟ୍କ ବାଇକେଦା ଓଡ଼ୋଃ ମାପ୍ରାଙ୍ଗ୍ ମାହାଲ୍ ଅଡ଼ାଃକେ ହାଦୁଡ଼୍କେଦ୍ତେ ଢିପା ଲେକା ବାଇୟାନା।
14 ହେ, ତର୍ଶିଶ୍ ରେନ୍ ଜାହାଜ୍କ, ହାଏ ହାଏ ରିକାଏପେ, ଚିୟାଃଚି ଆପେୟାଃ କେଟେୟାନ୍ ଠାୟାଦ୍ ହାଦୁଡ଼ାକାନା।
15 ଏନ୍ ଦିପିଲିରେ ସୋର୍ ନାଗାର୍କେ ଆପିହିସି ଗେଲ୍ ବାରାଷ୍ ଜାକେଦ୍ କାକ ପାହାମେୟା। ଏନ୍ ତାୟମ୍ତେ ଆଡଃମିଆଦ୍ ରାଜା ଆୟାଃ ରାଇଜ୍ ରିକାତାନ୍ ଦିପିଲିରେ ଏନ୍ ନାଗାର୍କେ ଆଡଃମିସା ବାଇରୁହାଡ଼େଆ। ଓଡ଼ୋଃ ଆପିହିସି ଗେଲ୍ ବାରାଷ୍ ପୁରାଅଃ ତାୟମ୍ତେ ବେଶ୍ୟା କୁଡ଼ିକକେ ନେଲ୍କେଦ୍ତେ ଦୁରାଙ୍ଗ୍ୟେଁତାନ୍ ଦୁରାଙ୍ଗ୍ ଇନିୟାଃ ନାଗେନ୍ତେ ଦୁରାଙ୍ଗ୍ଅଃଆ।
16 ହେ ରିଡ଼ିଙ୍ଗ୍କାନ୍ ବେଶ୍ୟା କୁଡ଼ି,
ଆମାଃ ବାନାମ୍ ସାବେମେ ଓଡ଼ୋଃ ନାଗାର୍ରେ ହନର୍ମେଁ।
ଆମ୍ ବୁଗିଲେକା ଲେକା ସାଡିମେଁ ଓଡ଼ୋଃ ପୁରାଃ ଦୁରାଙ୍ଗ୍କ ଦୁରାଙ୍ଗ୍ୟେଁମେ,
ଜେ'ଲେକା ଆମ୍କେ ହଡ଼କ ପାହାମ୍ମେୟା।
17 ଆପିହିସି ଗେଲ୍ ବାରାଷ୍ ପୁରାଅଃ ତାୟମ୍ତେ ପ୍ରାଭୁ, ସୋର୍ ନାଗାର୍କେ ନେଲେୟା, ଏନ୍ତେ ଏନ୍ ନାଗାର୍ ସିଦା କାମିତାଇକେନ୍ ଆପାଙ୍ଗିର୍ କାମିସାଃତେ ରୁହାଡ଼ା। ଓଡ଼ୋଃ ଅତେରେୟାଃ ସବେନ୍ ରାଇଜ୍କକେ ଇନିଃ ବେଶ୍ୟା କାମି ନାଙ୍ଗ୍ କାଜିକଆଏ। 18 ଇନିଃ ଆୟାଃ କିରିଙ୍ଗ୍ ଆଖ୍ରିଙ୍ଗ୍ ଓଡ଼ୋଃ ନାଲା ଟାକା ପ୍ରାଭୁଆଃ ନାଗେନ୍ତେ ଏମେୟା, ଏନା ଭାଣ୍ଡାର୍ ଅଡ଼ାଃରେ ଚାଏ ହୁଣ୍ଡିକେଦ୍ତେ ଯାତାନ୍ତେ କାଏ ହୁଣ୍ଡିଆ ଚିୟାଃଚି ଅକନ୍କ ପ୍ରାଭୁଆଃ ଆୟାର୍ରେ ତାଇନାଃକ, ଇନ୍କୁଆଃ ପୁରାଃଗି ଜମେୟାଁକ ଓଡ଼ୋଃ କା ଜିୟନଃ ଲିଜାଃ କିରିଙ୍ଗ୍ ଆଖ୍ରିଙ୍ଗ୍ ନାଗେନ୍ତେ ହବାଅଃଆ।