1 ଏନ୍ ହୁଲାଙ୍ଗ୍ ଯିହୁଦା ଦିଶୁମ୍ରେ ନେ ଦୁରାଙ୍ଗ୍ ଦୁରାଙ୍ଗ୍ଅଃଆ,
ଆଲେୟାଃ ମିଆଦ୍ କେଟେଦ୍ ନାଗାର୍ ମେନାଃ,
ପାର୍ମେଶ୍ୱାର୍ ଆୟାଃ ଜୀଉବାଞ୍ଚାଅକେ ଏନାରାଃ ପାଚ୍ରି
ଓଡ଼ୋଃ ଗାଡ଼୍ରାଃ ଚାକାର୍ ହରା ଲେକାଏ ବାଇୟା।
2 ସାନାର୍ତିକେ ମାନାତିଙ୍ଗ୍ତାନ୍ ଧାର୍ମାନ୍ କିଲିକ ଚିଲ୍କା ବଲ ଦାଡ଼ିୟାକ,
ଏନାମେନ୍ତେ ନାଗାର୍ ରେୟାଃ ଦୁଆର୍କ ନିଜେପେ।
3 ଅକେୟାଃ ମନ୍ ଆମାଃତାଃରେ ମେନାଃ,
ଇନିଃକେ ଆମ୍ ପୁରାଃ ସୁକୁତେ ଦହିୟାମ୍।
ଚିୟାଃଚି ଇନିଃ ଆମାଃତାଃରେ ଆସ୍ରା ଦହକାଦାଏ।
4 ପ୍ରାଭୁତାଃରେ ସବେନ୍ ଇମ୍ତା ଆସ୍ରା ରିକାଏପେ,
ଚିୟାଃଚି ପ୍ରାଭୁ ପାର୍ମେଶ୍ୱାର୍ ଜାନାଅ ଜାନାଅରେନ୍ ସେରେଙ୍ଗ୍ ତାନିଃ।
5 ଇନିଃ ଆପାନ୍କେ ମାରାଙ୍ଗ୍ ମେନ୍ତେ କାଜିନ୍ତାନ୍ ହଡ଼ ଲାତାର୍କଆଃଏ
ଓଡ଼ୋଃ ଇନିଃ ପୁରାଃ ସାଲାଙ୍ଗି ନାଗାର୍କେ ହାଦୁଡ଼େୟା,
ଏନାକେ ଅତେରେ ଉୟୁଃକେଦ୍ତେ ଧୁଡ଼ିରେ ମେସାଏୟା।
6 ସିଗିଦ୍ ରିକାତାନ୍ ନିୟାଃ
ଓଡ଼ୋଃ ନାରାଦୁରା ନିୟାଃ କାଟାଲଃ ଇନିଃକେ ରେସେଦ୍ ରିକାନାଃ।
7 ଧାର୍ମାନ୍ ହଡ଼ରାଃ ହରା ବୁଗିନ୍ଗିୟା, ଇନିଃ ନ୍ୟାୟ
ଓଡ଼ୋଃ ସାର୍ତିତେ ସେସେନ୍ନାଃ, ଆମ୍ ଧାର୍ମାନ୍ ହଡ଼ରାଃ ହରାକେ ଆଗୁଆଇ ରିକାଏମେ।
8 ହେ ପ୍ରାଭୁ, ଆଲେ ଆମାଃ ନ୍ୟାୟରେୟାଃ ହରାକେ ସାବ୍କେଦ୍ତେ ସେସେନ୍ତାନ୍ଲଃ, ଆମାଃ ହିଜୁଃତେୟାଃ ତାଙ୍ଗି କାଦାଲେ।
ଆମାଃ ନୁତୁମ୍ ଓଡ଼ୋଃ ମାଇନାନ୍ ଆଲେୟାଃ ମନ୍ସୁରୁଦ୍ରାଃ ସାନାଙ୍ଗ୍ତାନାଃ।
9 ନୁବାଃ ଇମ୍ତା ଆଇଁୟାଃ ଜୀଉ ଆମାଃ ନାଗେନ୍ତେ ତେତାଙ୍ଗ୍ ତାନା।
ସେତାଃ ଇଦାନ୍ରେ ଆଇଁୟାଃ ଆତ୍ମା ଆମ୍କେ ଦାଣାଁବାଡ଼ା ତାନାଏ।
ଅତେଦିଶୁମ୍ରେ ଆମାଃ ନ୍ୟାୟ ବିଚାର୍ ଉନୁଦୁବ୍ ରେଦ ଅତେରେନ୍ ହଡ଼କ ଧାର୍ମାନ୍ ହରାରେ ସେସେନ୍ ନାଗେନ୍ତେ ଇତୁନ୍ ନାମେୟାଁକ।
10 ଏତ୍କାନ୍ ହଡ଼କ ନାଗେନ୍ତେ ଦାୟା ଉଦୁବେ ରେୟ ଇନ୍କୁ ଧାର୍ମାନ୍ରେ ସେସେନ୍ ନାଗେନ୍ତେ କାକ ସାନାଙ୍ଗ୍ଆଃ,
ଧାର୍ମାନ୍ ହଡ଼କଆଃ ଦିଶୁମ୍ରେ ହଁଗି ଇନ୍କୁ କା ଧାର୍ମାନ୍ କାମିକ ରିକାଃ।
ଇନ୍କୁ ପ୍ରାଭୁଆଃ ମାଇନାନ୍ରେୟାଃ କାଜିକେ କାକ ନେଲେୟା।
11 ହେ ପ୍ରାଭୁ, ଆମାଃ ତିଃଇ ରିମାକାନା, ଏନ୍ରେହ ଇନ୍କୁ କାକ ନେଲ୍ ଦାଡ଼ିୟାଃ।
ଆମାଃ ହଡ଼କ ନାଗେନ୍ତେ ଆମ୍ ଚିହୁଲ୍ନିଃ ତାନ୍ମେ, ନେଆଁ ଇନ୍କୁ ନେଲେକା ଓଡ଼ୋଃ ଗିହୁଗଃକାକ।
ଆମାଃ ବାଇରିକ ନାଗେନ୍ତେ ତାଇନ୍ ସେଙ୍ଗେଲ୍ ଇନ୍କୁକେ ଅଣ୍ଡର୍କଆ।
12 ହେ ପ୍ରାଭୁ ଆମ୍ ଆଲେ ନାଗେନ୍ତେ ଜୀଉସୁକୁ ଦହକାଦାମ୍।
ଚିୟାଃଚି ଅକଆଃକ ଆଲେ ରିକାକାଦାଲେ,
ଏନା ଆମ୍ଗି ଆଲେ ନାଗେନ୍ତେ ପୁରାକାଦାମ୍।
13 ହେ ପ୍ରାଭୁ, ଆଲେୟାଃ ପାର୍ମେଶ୍ୱାର୍ ଆମ୍ ବେଗାର୍ ଏଟାଃକ ଆଲେୟାଃ ଚେତାନ୍ରେ ରାଇଜ୍ ରିକାକାଦ୍ ତାଇକେନାକ।
ମେନ୍ଦ ଆମାଃ ନୁତୁମ୍କେଗି ଆଲେ ମାଇନ୍ ରିକାୟାଲେ।
14 ନାହାଁଃଦ ଇନ୍କୁ ଗଏଃକାନାକ, ଓଡ଼ୋଃ ଜେତାଏ ଜିନିଦ୍ ବାନ୍କଆ।
ଓଡ଼ୋଃ ଇନ୍କୁ କାକ ବିରିଦା,
ଆମ୍ ଇନ୍କୁକେ ସାଜାଇ ଏମ୍କେଦ୍ତେ ଜିୟନ୍ କେଦ୍କଆମ୍
ଓଡ଼ୋଃ ଇନ୍କୁକେ ଜେତାଏ ଓଡ଼ୋଃ କାକ ପାହାମ୍କଆ।
15 ହେ ପ୍ରାଭୁ, ଆମ୍ ଆଲେୟାଃ କିଲିକକେ ପୁରାଃ ପସାକେଦ୍କଆମ୍।
ଆମ୍ଗି ନେ ହଡ଼କକେ ପୁରାଃ ମାରାଙ୍ଗ୍ କିଲି ଲେକାମ୍ ବାଇୟାକାଦ୍କଆ।
ଆମ୍ ମାଇନାନ୍ ହବାକାନାମେ, ଆମ୍ ଦିଶୁମ୍ରାଃ ସିମ୍ନାକେ ଚାକାର୍କାଦାମେ।
16 ହେ ପ୍ରାଭୁ, ଇନ୍କୁଆଃ ସାଙ୍କାଟ୍ ଦିପିଲିରେ ଆମ୍କେ ଦାଣାଁ କେଦ୍ମେୟାଁକ।
ଆମାଃ ସିଗିଦ୍ ଇନ୍କୁ ଚେତାନ୍ରେ ତାଇକେନ୍ ଇମ୍ତା, ଇନ୍କୁ ଲେବେଃ ମନ୍ତେ କାଜିଗହାର୍ କେଦ୍ମେୟାଁକ।
17 ହାମ୍ବାଲ୍ରୋୱା କୁଡ଼ିରାଃ ହନ୍ ଜାନାମ୍ ଦିପିଲି ସେଟେର୍ ଇମ୍ତା ଇନିଃ ଚିଲ୍କା ହାସୁତେ କାଉରି ରିକାଃଏ,
ଏନ୍ ଲେକାଗି ହେ ପ୍ରାଭୁ ଆଲେ ଆମାଃ ଆୟାର୍ରେ ହବାକାନାଲେ।
18 ହନ୍ ଜାନାମ୍ କୁଡ଼ିରାଃ ଦୁକୁ ସେଟେରାକାନ୍ ଲେକା, ଆଲେ ହାସୁ ତାଇକେନାଲେ,
ମେନ୍ଦ ହୟ ଲେକା ସାମାଗି ଜେତ୍ନାଃ କାଲେ ଜାନାମ୍।
ଅତେ ଦିଶୁମ୍ତେ ଜୀଉବାଞ୍ଚାଅ କାଲେ ଆଉକାଦା
ଚାଏ ଅତେରେନ୍ ହଡ଼କ କାକ ଜାନାମ୍କାନା।
19 ମେନ୍ଦ ଆପେୟାଃ ହଡ଼କ ଗୟାକାନ୍ ରେୟ ଜୀଉବାଞ୍ଚାଅକ ନାମେୟା।
ଇନ୍କୁଆଃ ଗଏଃକାନ୍ ହଡ଼୍ମ ଜୀଉବିରିଦା।
ହେ ଧୁଡ଼ିରେ ମେସାକାନ୍ ହଡ଼କ ରାସ୍କା କେଦ୍ତେ ଜୋର୍ସେ ଲାନ୍ଦାଏପେ।
ଚିୟାଃଚି ଆପେୟାଃ ଅସ୍ ଦାଆଃ ତାସାଦ୍ ଚେତାନ୍ରେ ଉୟୁଗାକାନ୍ ଅସ୍ ଦାଆଃ ଲେକା
ଓଡ଼ୋଃ ଅତେ ଗଏଃକାନ୍ ହଡ଼କକେ ଜୀଉବିରିଦ୍କଆ।
20 ହେ ଆଇଁୟାଃ ହଡ଼କ, ଏଲା, ଅଡ଼ାଃ ଭିତାର୍ତେ ବଲକେଦ୍ତେ ଦୁହାର୍ ହାଣ୍ଡେଦ୍ ରିକାଏପେ। ଇନିୟାଃ ଖିସ୍ କା ସାଙ୍ଗିନଃ ଜାକେଦ୍ ଘାଡ଼ିକାଦ୍ ଦିପିଲି ଉକୁକେଦ୍ତେ ତାଇନ୍ପେ। 21 ନେଲେପେ, ଅତେରେନ୍ ହଡ଼କଆଃ ପାପ୍ରେୟାଃ ସାଜାଇ ଏମ୍ ନାଗେନ୍ତେ ପ୍ରାଭୁ ଆୟାଃ ତାଇନଃ ଠାୟାଦ୍ ଏତେ ହିଜୁଃତାନା। ଅତେରେ ହବାକାନ୍ ମାୟୋମ୍ ରେୟାଃ ସାଜାଇ ଅତେ ଉଦୁବେୟା, ଇନିଃ ମାଆଃକାନ୍ ହଡ଼କକେ ଉକୁକେଦ୍ତେ କାଏ ଦହକଆ।