1 ଅକ ଦିପିଲିରେ ରାଜା ଉଜ୍ଜିୟରାଃ ଗନଏଃ ହବାୟାନା, ଏନ୍ ବାରାଷ୍ ଆଇଙ୍ଗ୍ ପ୍ରାଭୁକେ ମିଆଦ୍ ସାଲାଙ୍ଗି ଓଡ଼ୋଃ ମାରାଙ୍ଗ୍ ରାଜ୍ଗାଦିରେ ଦୁବାକାନ୍ ନେଲ୍କିୟାଇଙ୍ଗ୍। ଆୟାଃ ତୁସିଙ୍ଗ୍ ଲିଜାଃରାଃ ଝାଲେର୍ ମାନ୍ଦିର୍ ଅଡ଼ାଃରେ ପେରେଃୟାନା। 2 ଇନିୟାଃ ହେପାଦ୍ରେ ସରାଫ୍ ଦୁଁତ୍କ ତିଙ୍ଗୁଆକାନ୍ ତାଇକେନା, ଇନ୍କୁଆଃ ତୁରିୟାଠୁ ଲେକା ଆପ୍ରବ୍ ତାଇନ୍କେନା। ଇନ୍କୁ ବାରିୟା ଆପ୍ରବ୍ତେ ଆକଆଃ ମେଦ୍ମୁହାଁଡ଼୍ ହାରୁବାକାଦ୍ ତାଇକେନାକ ଓଡ଼ୋଃ ବାରିୟା ଆପ୍ରବ୍ରେ କାଟାକେ ହାରୁବାକାଦ୍ ତାଇକେନାକ ଓଡ଼ୋଃ ବାରିୟା ଆପ୍ରବ୍ରେ ଆଫିର୍ ତାଇକେନାକ। 3 ଇନ୍କୁ ମିହୁଡ଼୍ ଆଡଃମିହୁଡ଼୍କେ ହାକାଅକେଦ୍ତେ କାଜି ତାଇକେନାକ,
"ପେଡ଼େୟାନ୍ ପ୍ରାଭୁ ପାବିତାର୍, ପାବିତାର୍, ପାବିତାର୍
ସବେନ୍ ଅତେ ଦିଶୁମ୍ ଆୟାଃ ମାନାରାଙ୍ଗ୍ତେ ପେରେୟାକାନା।"
4 ଇନ୍କୁଆଃ କାଜିତାନ୍ ଲାବ୍ଜାତେ ମାନ୍ଦିର୍ଅଡ଼ାଃରାଃ ନିହିଁଗାଡା ଓଡ଼ୋଃ ବଲଃ ହରା ଏକ୍ଲାଅୟାନା ଏନ୍ତେ ମାନ୍ଦିର୍ଅଡ଼ାଃ ସୁକୁଲ୍ତେ ପେରେଃୟାନା।
5 ଏନ୍ତେ ଆଇଙ୍ଗ୍ କାଜିକେଦା, "ହାଏ, ହାଏ, ଆଇଁୟାଃ ସବେନାଃ ଜିୟନ୍ୟାନା ! ଚିଆଃଚି ଆଇଙ୍ଗ୍ ସତ୍ରା କାଜିତାନ୍ ହଡ଼ ତାନିଙ୍ଗ୍ ଓଡ଼ୋଃ ସତ୍ରା ଜାଗାର୍ ରିକାତାନ୍ ହଡ଼କଆଃ ଥାଲାରେ ତାଇନଃ ତାନାଇଙ୍ଗ୍, ଏନ୍ରେହ ଆଇଁୟାଃ ମେଦ୍ ପେଡ଼େୟାନ୍ ପ୍ରାଭୁ ରାଜାକେ ନେଲ୍କିୟା।"
6 ଏନ୍ ତାୟମ୍ତେ ସରାଫ୍ ଦୁଁତ୍କଏତେ ମିହୁଡ଼୍ ଆଇଁୟାଃତାଃ ଆଫିର୍ କେଦ୍ତେ ହିଜୁଃୟାନା, ଇନିୟାଃ ତିଃଇରେ ମିଆଦ୍ ଜୁଲଃତାନ୍ ସେଙ୍ଗେଲ୍ରାଃ ଆଙ୍ଗରା ତାଇକେନା। ଇନିଃ ଏନାକେ ବେଦିଏତେ ଚିମ୍ଟାଲଃ ଆଉୱାକାଦ୍ ତାଇକେନାଏ। 7 ଇନିଃ ଏନାଲଃ ଆଇଁୟାଃ ମଚାରେ ଜୁଟିଦ୍କେଦ୍ତେ କାଜିକେଦା, "ନେଲେମେ, ନେଆଁ ଆମାଃ ମଚାକେ ଜୁଟିଦ୍କେଦା ଓଡ଼ୋଃ ଆମାଃ ସବେନ୍ ଗୁହ୍ନା କାଜିକ ସାଙ୍ଗିନ୍ୟାନା, ଆମାଃ ପାପ୍କ ଛାମାୟାନା।"
8 ଏନ୍ ତାୟମ୍ତେ ଆଇଙ୍ଗ୍ ପ୍ରାଭୁଆଃ ସାଡ଼ି ଆୟୁମ୍କେଦାଇଙ୍ଗ୍, "ଆଇଙ୍ଗ୍ ଅକଏକେ କୁଲିୟାଇଙ୍ଗ୍ ? ଅକଏ ଆଇଁୟାଃ ନାଙ୍ଗ୍ ସେନାଏ ?"
ଆଇଙ୍ଗ୍ କାଜିକେଦାଇଙ୍ଗ୍, "ଆଇଙ୍ଗ୍ ମେନାଇୟାଁ, ଆଇଙ୍ଗ୍କେ କୁଲିଙ୍ଗ୍ମେ।"
9 ଇନିଃ କାଜିକିୟାଁ, ଜୁ, ସେନଃମେ, ଓଡ଼ୋଃ ନେ କିଲିକକେ କାଜିକମେ, "ଆପେ ଆୟୁମେୟାଁପେ, ମେନ୍ଦ କାପେ ଆଟ୍କାର୍ ଉରୁମେୟା, ନେଲେୟାପେ, ମେନ୍ଦ କାପେ ସାରିଦାଡ଼ିୟା।" 10 "ନେ ହଡ଼କଆଃ ମନ୍ସୁରୁଦ୍ କେଟେଦ୍ ରିକାଏମେ, ଇନ୍କୁଆଃ ଲୁତୁର୍ରେ ଆଲକା ଆୟୁମଃକା ଓଡ଼ୋଃ ଇନ୍କୁଆଃ ମେଦ୍ରେ ଆଲକାକ ନେଲ୍ ଦାଡ଼ିକା। କା'ରେଦ ଇନ୍କୁ ଆକଆଃ ମେଦ୍ରେ ନେଲେୟାକ, ଲୁତୁର୍ତେକ ଆୟୁମେୟା, ମନ୍ସୁରୁଦ୍ରେ ଆଟ୍କାର୍ ଉରୁମେୟା ଓଡ଼ୋଃ ମନ୍ ରୁହାଡ଼୍କେଦ୍ଲଃ ବୁଗିୟଃଆକ।"
11 ଆଇଙ୍ଗ୍ କୁଲିକିୟାଇଙ୍ଗ୍, "ହେ ପ୍ରାଭୁ, ନେଆଁ ଚିମିନ୍ ଦିପିଲି ଜାକେଦ୍ ହବାଅଃଆ ?"
ଇନିଃ କାଜିରୁହାଡ଼୍କେଦାଏ, "ଚିମିନ୍ ଦିପିଲି ଜାକେଦ୍ ନାଗାର୍କ କା ଜିୟନ୍କାନା, ଚିମିନ୍ ଦିପିଲି ଜାକେଦ୍ ହଡ଼କ କା ତାଇନଃ ଲେକାକ ହବାକାନା ଓଡ଼ୋଃ ଚିମିନ୍ ଦିପିଲି ଜାକେଦ୍ ଅଡ଼ାଃକରେ ହଡ଼କ କା ତାଇନଃ ଲେକା ହବାକାନା, ଚିମିନ୍ ଜାକେଦ୍ ଲୟଙ୍ଗ୍କ ପୁରା ନକ୍ସାନ୍ କା ହବାକାନା, 12 ଓଡ଼ୋଃ ପ୍ରାଭୁ ସବେନ୍ ହଡ଼କକେ ସାଙ୍ଗିନ୍ତେ ଆଉରି ଇଦିକ ଜାକେଦ୍ ଓଡ଼ୋଃ ନେ ଦିଶୁମ୍କେ ମିସାତେ ଆଉରି ବାଗି ଦିପିଲି ଜାକେଦ୍। 13 ଆଡଃଗି ଗେଲ୍ ହିସାଏତେ ମିଦ୍ହିସା ସାରେୟାକାନ୍ ତାଇନାକ, ଏନ୍ରେହ ଦିଶୁମ୍ ଆଡଃମିସା ଜିୟନ୍ ରିକାଅଃଆ। ମେନ୍ଦ ଅଲୋନ୍ ଦାରୁ ଓଡ଼ୋଃ ପାଇନ୍ ଦାରୁ ମାଆଃକେନଃ ତାୟମ୍ତେ, ଏନାରାଃ ବୁଟା ତାଇନ୍ କାନ୍ଗିୟା।"
ଏନ୍'ଲେକାଗି, ନେ ପାବିତାର୍ କିଲି ଦିଶୁମ୍ରେ, ଇସ୍ରାଏଲ୍ ହଡ଼କ ବୁଟା ଲେକା ତାଇନାଃକ।