1 ହେ ପ୍ରାଭୁ, ଆମ୍ ଆଇଁୟାଃ ପାର୍ମେଶ୍ୱାର୍ ତାନ୍ମେ,
ଆଇଙ୍ଗ୍ ଆମାଃ ସାହାରାଅ ରିକାୟାଇଙ୍ଗ୍, ଆମାଃ ନୁତୁମ୍ତେ ମାଇନାନ୍ ରିକାୟାଇଙ୍ଗ୍।
ଚିୟାଃଚି ଆମ୍ ପୁରାଃ ଆକ୍ଦାନ୍ଦାଅ କାମିକ ରିକାକାଦାମ୍,
ପୁରାଃ ସିଦା ଦିପିଲିରେ ଅକଆଃକ ଉହାଟ୍ ରିକାକାଦ୍ ତାଇକେନାମ୍,
ଏନା ପାତିୟାର୍ତେ ସବେନାଃ ପୁରାକେଦାମ୍।
2 ଆମ୍ ନାଗାର୍କେ କେଚ୍ରା ଢିପା ଲେକା ବାଇକେଦାମ୍
ଓଡ଼ୋଃ ପାଚ୍ରି ଏମାକାଦ୍ ସାହାର୍କେ ଜିୟନ୍କେଦାମ୍।
ଏଟାଃ ବାହାରି ଦିଶୁମ୍ରେନ୍ ରାଜ୍ମାହାଲ୍କେ ଜିୟନ୍କେଦାମ୍,
ଏନା ଆଡଃମିସା କା ବାଇରୁହାଡ଼ଃଆ।
3 ଏନାମେନ୍ତେ ପେଡ଼େୟାନ୍ ହଡ଼କ ଆମ୍କେ ମାଇନ୍ ରିକାମାଃକ
ଓଡ଼ୋଃ ବରୱାନ୍ କିଲିକ ଆମ୍କେ ବରମାଃକ।
4 ଆମ୍ ଗାରିବ୍ ହଡ଼କଆଃ କେଟେୟାନ୍ ଗୁମାଟ୍ ତାନ୍ମେ।
ନାରାଦୁରା ହଡ଼କଆଃ ଦୁକୁ ଦିପିଲି ଇମ୍ତାରେ ଆସ୍ରା ଏମଃନିଃ, ସାଙ୍କାଟ୍ ଇମ୍ତା ବାଞ୍ଚାଅନିଃ, ସିତୁଙ୍ଗ୍ ଇମ୍ତା ଉମ୍ବୁଲ୍ ଏମଃନିଃ ତାନ୍ମେ।
ଦାୟା କା ରିକାତାନ୍ ହଡ଼କଆଃ ସାହେଁଦ୍, ପାଚ୍ରିରେ ଠଗଃତାନ୍ ଆନ୍ଧିହୟ ଲେକା
ଓଡ଼ୋଃ ବିର୍ରେ ଲଲ ହୟ ଲେକା ହବାକାନା।
5 ଆମ୍ ଜେ'ଲେକା ରହଡ଼୍ ଅତେରାଃ ଲଲକେ କାମ୍ତି କାଦା,
ଏନ୍ଲେକାଗି ଏଟାଃ ବାହାରି ଦିଶୁମ୍ରେନ୍ ହଡ଼କଆଃ ହାଲାଗୁଲାକେମ୍ ହକାକାଦା।
ଜେ'ଲେକା ରିମିଲ୍ରାଃ ଉମ୍ବୁଲ୍ ହରାତେ ସିଙ୍ଗିରାଃ ଲଲ କାମ୍ତିକାନା,
ଏନ୍ ଲେକାଗି ବରୱାନ୍ ହଡ଼କଆଃ ଦୁରାଙ୍ଗ୍ ହକାକାଦାମ୍।
6 ନେ ବୁରୁରେ ସବେନାଃତେ ପେଡ଼େୟାନ୍ ପ୍ରାଭୁ ସବେନ୍ କିଲିରେନ୍ ହଡ଼କ ନାଗେନ୍ତେ ବୁଗିନ୍ ଜଜମାଃରାଃ ଭୋଜି, ମାରି ଦାଖ୍ରାସି, ଇତିଲ୍ତେ ପେରେଜାକାନ୍ ମାସ୍ ଓଡ଼ୋଃ ପୁରାଃ ବୁଗିନ୍ ଦାଖ୍ରାସି ବାଇ ସେକାଡ଼୍ ରିକାୟା। 7 ସବେନ୍ କିଲିରେନ୍ ହଡ଼କ ଚେତାନ୍ରେ ଅକ ଚାଦାର୍ ଓଡ଼ୋଃ ମାଢା ହାରୁବାକାନା, ଇନିଃ ଏନାକେ ନେ ବୁରୁରେ ଜିୟନ୍ ରିକାୟା। 8 ଇନିଃ ଜାନାଅଗି ଗନଏଃକେ ଜିୟନ୍ ରିକାୟା। ପେଡ଼େୟାନ୍ ପ୍ରାଭୁ ସବେନ୍କଆଃ ମେଦ୍ଦାଆଃ ସାଙ୍ଗିନ୍ ରିକାୟା ଓଡ଼ୋଃ ସବେନ୍ ଅତେଦିଶୁମ୍ ଏତେ ଇନିଃ ଆୟାଃ ହଡ଼କଆଃ ନିନ୍ଦାଇ କାଜି ସାଙ୍ଗିନ୍ ରିକାୟା, ପ୍ରାଭୁ ନେଆଁ କାଜିକାଦା।
9 ଏନ୍ ହୁଲାଙ୍ଗ୍ ଇନ୍କୁ କାଜିୟାଃ, "ନେଲିପେ, ଇନିଃ ଆଲେୟାଃ ପାର୍ମେଶ୍ୱାର୍, ଇନିୟାଃ ହିଜୁଃ ତେୟାଃକେ ତାଙ୍ଗିକାଦ୍ ତାଇକେନାଲେ, ଇନିଃ ଆଲେକେ ବାଞ୍ଚାଅଃ କେଦ୍ଲେୟା। ଇନିଃଗି ପ୍ରାଭୁ ତାନିଃ, ଇନିଃକେ ତାଙ୍ଗିକାଦ୍ ତାଇକେନାଲେ, ହିଜୁଃପେ, ଇନିୟାଃ ଜୀଉବାଞ୍ଚାଅରେ ଲାନ୍ଦା ଓଡ଼ୋଃ ରାସ୍କା ରିକାୟାବୁ।"
10 ଚିୟାଃଚି ନେ ସିୟୋନ୍ ବୁରୁରେ ପ୍ରାଭୁଆଃ ତିଃଇ ତାଇନା, ମେନ୍ଦ ଗୁରିଃକ୍ଗାଡାରେ ପେଟେଃ ଚିଲ୍କା କାଟା ଲାତାର୍ରେ ତିକାଅଃଆ, ଏନ୍ଲେକା ମୋୟାବ୍ ଇନିୟାଃ କାଟାଲଃ ତିକାଅଃଆ। 11 ପାଉଁରାଅତାନ୍ନିଃ ଚିଲ୍କା ତିଃଇ ଜିଲିଙ୍ଗ୍କେଦ୍ତେ ପାଉଁରାଅନାଃ, ମୋୟାବ୍ରେନ୍ ହଡ଼କ ଏନ୍ଲେକା ତିଃଇ ଜିଲିଙ୍ଗ୍ ରିକାୟା, ମେନ୍ଦ ଇନ୍କୁଆଃ ମାରାଙ୍ଗେନ୍ ମନ୍ ନାଗେନ୍ତେ ଇନ୍କୁକେ ପ୍ରାଭୁ ଜିୟନ୍କଆ। 12 ଇନିଃ ଇନ୍କୁଆଃ ସାଲାଙ୍ଗି ପାଚ୍ରିକକେ ହାଦୁଡ଼୍ତାଃଏ ଓଡ଼ୋଃ ଇନ୍କୁକେ ହାଦୁଡ଼ାକାନ୍ ଠାୟାଦ୍ରେ ଇନ୍କୁକେ ଧୁଡ଼ିରେ ମେସାକଆ।