1 ନିଃ ଅକଏ ତାନିଃ, ଇଦୋମ୍ ଦିଶୁମ୍ ରେୟାଃ ବସ୍ରା ନାଗାର୍ ଏତେ ଆରାଃ ଲିଜାଃ ତୁସିଙ୍ଗ୍କେଦ୍ତେ ହିଜୁଃତାନାଏ ?
ନିଃ ଅକଏ ପୁରାଃ ପେଡ଼େୟାନ୍ ଓଡ଼ୋଃ ଆକ୍ଦାନ୍ଦାଅ ଲେକାନ୍ ତୁସିଙ୍ଗ୍କେଦ୍ତେ ହିଲାଅ ହିଲାଅ ହିଜୁଃତାନାଏ ? "ଇନିଃ ଆଇଙ୍ଗ୍ଗି ତାନିଙ୍ଗ୍, ଅକଏଚି ଧାର୍ମାନ୍ତେ ଜାଗାର୍ତାନା ଓଡ଼ୋଃ ବାଞ୍ଚାଅଃରେୟାଃ ପୁରାଃ ପେଡ଼େଃ ଆଇଁୟାଃତାଃରେ ମେନାଃ।"
2 ଆମାଃ ତୁସିଙ୍ଗ୍କାନ୍ ଲିଜାଃ ଚିନାଃ ମେନ୍ତେ ମାୟୋମ୍ ଲେକା ଓଡ଼ୋଃ ଦାଖ୍ରାସି ପେରାଅତାନ୍ ଘାନା ଲେକା ମେନାଃ ?
3 "ଆଇଙ୍ଗ୍ ଏସ୍କାର୍ଗି ଦାଖ୍ରାସି ପେରାଅତାନା ଓଡ଼ୋଃ ଜେତାଏ ସାଙ୍ଗାତିରେ କାକ ତାଇନା, ଆଇଙ୍ଗ୍ ଆଇଁୟାଃ ଖିସ୍ତେ ଇନ୍କୁକେ କାଟାଲଃ ତିକାରେସେଦ୍ କେଦ୍କଆ ଆଇଁୟାଃ ପୁରାଃ ଖିସ୍ରେ ଇନ୍କୁକେ ପେରାଅ କେଦ୍କଆ। ଏନାତେ ଇନ୍କୁଆଃ ଜୀଉରେୟାଃ ମାୟୋମ୍ ଛିଟ୍କାଅକେଦ୍ତେ ଆଇଁୟାଃ ଲିଜାଃରେ ଟଅଃୟାନା ଓଡ଼ୋଃ ଆଇଁୟାଃ ତୁସିୟାଁକାନ୍ ଲିଜାଃ ଦାଘାୟାନା। 4 ଚିୟାଃଚି ବାଦ୍ଲା ଇଦିରେୟାଃ ଦିପିଲି ଆଇଁୟାଃ ମନ୍ରେ ତାଇକେନା ଓଡ଼ୋଃ ନାହାଁଃଦ ଆଇଁୟାଃ ହଡ଼କଆଃ ରାଡ଼ାଅଃ ରେୟାଃ ଦିପିଲି ସେଟେରାକାନା। 5 ଏନ୍ତେ ଆଇଙ୍ଗ୍ ନେଲ୍କେଦା, ଓଡ଼ୋଃ ଦେଙ୍ଗା ନାଗେନ୍ତେ ଜେତାଏ କାକ ତାଇନ୍କେନା ଚାଏ ଦେଙ୍ଗା ଏମଃ ନାଗେନ୍ତେ ଜେତାଏ କାକ ତାଇନ୍ ଏନାମେନ୍ତେ ଆଲେ ଆକ୍ଦାନ୍ଦାଅୟାନା। ଓଡ଼ୋଃ ଏନ୍ତେ ଆଇଁୟାଃ ଖିସ୍ଗି ଆଇଙ୍ଗ୍କେ ଦେଙ୍ଗା କେଦା ଓଡ଼ୋଃ ଆଇଁୟାଃ ତିଃଇ ରେୟା ସୁପୁ ପାରିତ୍ରାଣ୍ ଆଉକେଦା। 6 ଓଡ଼ୋଃ ଆଇଙ୍ଗ୍ ଖିସ୍ତେ ଦିଶୁମ୍ରେନ୍ ହଡ଼କକେ କାଟାଲଃ ତିକାକେଦ୍ କୱାଇଙ୍ଗ୍ ଓଡ଼ୋଃ ଆଇଁୟାଃ ଖିସ୍ରେ ଇନ୍କୁକେ ବୁଲ୍ କେଦ୍କଆ ଓଡ଼ୋଃ ଇନ୍କୁଆଃ ମାୟୋମ୍କେ ଅତେରେ ଦୁଲ୍ ଏଣ୍ଡାଃକେଦା।"
7 ପ୍ରାଭୁ ଆଲେୟାଃ ଚେତାନ୍ରେ ଅକ ସବେନ୍ ବୁଗିନାଃ ରିକାକାଦା,
ମେନ୍ଦ ଇସ୍ରାଏଲ୍ କିଲି ନାଗେନ୍ତେ ଆୟାଃ ସବେନ୍ ଦାୟା
ଓଡ଼ୋଃ ପୁରାଃଗି ଦେଙ୍ଗା ହରାତେ ଅକ ସବେନ୍ ବୁଗିନ୍ କାମିକ ରିକାକେଦା, ଏନା ନାଗେନ୍ତେ ଆଇଙ୍ଗ୍ ପ୍ରାଭୁଆଃ ମାପ୍ରାଙ୍ଗ୍ କାମି ନାଗେନ୍ତେ ଏନା ଉଦୁବେୟା
ଓଡ଼ୋଃ ଇନିୟାଃ ମାଇନାନ୍ ରେୟାଃ ଦୁରାଙ୍ଗ୍ ଦୁରାଙ୍ଗ୍ୟେଁଆଇଙ୍ଗ୍।
8 ଚିୟାଃଚି ଇନିଃ କାଜିକେଦା। ସାର୍ତିଗି ଇନ୍କୁ ଆଇଁୟାଃ ହଡ଼କ ତାନ୍କ, ନିକୁ ନେ'ଲେକାନ୍ ହନ୍କ ତାନ୍କ, ଅକନ୍କଚି ଚିଉଲାଃ ହ ହସଡ଼ କାକ କାଜିୟା, ଏନାମେନ୍ତେ ଇନିଃ ଇନ୍କୁଆଃ ବାଞ୍ଚାଅନିଃ ହବାକାନାଏ। 9 ଇନ୍କୁଆଃ ସବେନ୍ ଦୁକୁରେ ଇନିଃ ଦୁକୁୟାନା, ଆୟାଃ ମେଦ୍ମୁହାଁଡ଼୍ ଲେକା ଦୁଁତ୍ ଇନ୍କୁକେ ବାଞ୍ଚାଅଃ କେଦ୍କଆ। ଇନିଃ ଆୟାଃ ଦୁଲାଡ଼୍ ଓଡ଼ୋଃ ଦାୟା ହରାତେ ଇନ୍କୁକେ ରାଡ଼ା କେଦ୍କଆଏ ଓଡ଼ୋଃ ସିଦା ଦିପିଲି କରେ ସବେନ୍ ହୁଲାଙ୍ଗ୍ ଇନ୍କୁଆଃ ଯାତାନ୍ ଇଦିକେଦା। 10 ମେନ୍ଦ ଇନ୍କୁ ବାଇରିକ ଲେକା କାମି ରିକାକେଦା। ଇନ୍କୁ ପାବିତାର୍ ଆତ୍ମାକେ ଦୁକୁ ଇଚିକିୟା। ଏନାମେନ୍ତେ ଇନିଃ ଇନ୍କୁ ନାଗେନ୍ତେ ବାଇରିକ ଲେକା ହବାୟାନାଏ। ଓଡ଼ୋଃ ଇନିଃ ଇନ୍କୁଆଃ ବିରୁଧ୍ରେ ଲାଡ଼ାଇୟାନା।
11 ଇମ୍ତା ଇନିଃ ଆୟାଃ ସିଦା ଦିପିଲି ପୁର୍ଖା ହଡ଼କକେ ମେନ୍ଦ ମୁଶାରାଃ ହୁଲାଙ୍ଗ୍କେ ପାହାମ୍କେଦ୍ତେ କାଜିକେଦାଏ, ଅକଏ ଆୟାଃ ଗୋଟ୍କେ ହରତାନ୍କଲଃ ଦରେୟା ପାରମ୍କେଦ୍ତେ ଆଉକେଦ୍କଆ, ଇନିଃ କତାଃରିୟା ? ଇନ୍କୁଆଃ ମନ୍ସୁରୁଦ୍ରେ ପାବିତାର୍ ଆତ୍ମା ଏମଃନିଃ କତାଃରିୟାଃ ? 12 ଅକଏ ମୁଶାରାଃ ଜମ୍ସାଃ ତିଃଇକେ ମାନାରାଙ୍ଗ୍ରାଃ ସୁପୁତେ ଆୟାର୍ତେ ସୁତୁଃ ଇଦିକେଦ୍କଆଏ, ଅକଏ ଦରେୟାରେୟାଃ ଦାଆଃକେ ବାର୍ ହିସା କେଦ୍ତେ ଆୟାଃ ନୁତୁମ୍କେ ଜାନାଅ ନାଗେନ୍ତେ ଦହକେଦା।
13 ବିର୍ରେ ସାଦମ୍ ଚିଲ୍କା କାଏ ତହଦଃଆ ଏନ୍ଲେକା ଇନ୍କୁକେ ଇକିର୍ ଦରେୟା ଥାଲାରେ ପାରମ୍ ଇଦିକେଦ୍କଆ, ଇନିଃ କତାଃରିୟାଃ ? 14 ବୁରୁ ଲାତାର୍ ଏତେ ଜାଁତୁକ ଚିଲ୍କା ଆଡ଼୍ଗୁକଆ, ଏନ୍ଲେକା ପ୍ରାଭୁଆଃ ଆତ୍ମା ଇନ୍କୁକେ ଜୀଉରାଡ଼େଃ ଏମାକଆଏ। ନେ ଲେକା ଆମ୍ ଆମାଃ ହଡ଼କଆଃ ଆୟାର୍ ଇଦିନିଃ ଗମ୍କେ ହବାୟାନା, ଏନାତେ ଆମାଃ ନୁତୁମ୍ ମାଇନାନ୍ ହବାଅଃଆ।
15 ହେ ପ୍ରାଭୁ, ନାହାଁଦ ସିର୍ମା ଏତେ, ଆମାଃ ପାବିତାର୍ ଓଡ଼ୋଃ ମାଇନାନ୍ ଠାୟାଦ୍ଏତେ ନେଲେମେ, ଆମାଃ ଏନ୍ ଚିହୁଲ୍ ଓଡ଼ୋଃ ପେଡ଼େଃ ଅକ୍ତାଃରେୟା ? ଆମାଃ ଦାୟା ଓଡ଼ୋଃ ସାୟାଦ୍ ଆଲେ ନାଗେନ୍ତେ ହାଣ୍ଡେଦ୍କାନା। 16 ମେନ୍ଦ ଆମ୍ ଆଲେୟା ଆପୁ ତାନ୍ମେ, ଆବ୍ରାହାମ୍ ଆଲେକେ କାଏ ସାରି ଚାଏ ଇସ୍ରାଏଲ୍ ଆଲେକେ କାଏ ଦାରମ୍। ଏନ୍ରେହ ହେ ପ୍ରାଭୁ, ଆମ୍ଦ ଆଲେୟାଃ ଆପୁ ଓଡ଼ୋଃ ବାଞ୍ଚାଅନିଃ ତାନ୍ମେ ମେନ୍ତେ ପୁରା ସିଦା ଦିପିଲି ଏତେଗି ଆମାଃ ନୁତୁମ୍ ସାରିୟଃତାନା। 17 ହେ ପ୍ରାଭୁ, ଚିୟାଃ ମେନ୍ତେ ଆମ୍ ଆଲେକେ ଆମାଃ ହରା ଆଦେ ନାଗେନ୍ତେ ଆଚୁଲେତାନାମ୍ ଓଡ଼ୋଃ ଆମ୍କେ ବର, ମାଇନାନ୍ କା ରିକାକେଦ୍ତେ, ଆଲେୟାଃ ମନ୍ସୁରୁଦ୍କେ କେଟେଦ୍ ନାଗେନ୍ତେ ବାଗିଲେ ତାନାମ୍ ? ଆମ୍କେ ସେୱାତାନ୍କ ନାଗେନ୍ତେ ଓଡ଼ୋଃ ଅକନ୍ ହଡ଼କ ଆମାଃ ଆକ୍ତେୟାର୍ ତାନ୍କ ଏନ୍ କିଲିକ ନାଗେନ୍ତେ ରୁହାଡ଼୍ ହିଜୁଃମେଁ।
18 ଆମାଃ ପାବିତାର୍ ହଡ଼କ ଘାଡ଼ିକାଦ୍ ନାଗେନ୍ତେ ଆକ୍ତେୟାର୍ କେଦା, ନାହାଁଦ ଆଲେୟାଃ ବାଇରିକ ଆମାଃ ପାବିତାର୍ ଠାୟାଦ୍ କାଟାଲଃ ତିକାକାଦା। 19 ଆମ୍ ଅକନ୍କଆଃ ଚେତାନ୍ରେ ଚିଉଲାହ କାମ୍ ରାଇଜ୍ ରିକା, ଅକନ୍କ ଆମାଃ ନୁତୁମ୍ତେ କାକ ସାରିୟାକାନା, ଏନ୍ଲେକାନ୍ ହଡ଼କ ହବାକାନାଲେ।