1 ହେ ସିୟୋନ୍, ଏୟନଃମେ, ଏୟନଃମେ ଆମାଃ ପେଡ଼େଃତେ ପେରେଜଃମେ।
ହେ ପାବିତାର୍ ନାଗାର୍ ଯୀରୁଶାଲେମ୍, ଆମାଃ ସୁଗାଡ଼ାନ୍ ଲିଜାଃ ତୁସିଙ୍ଗ୍ୟେଁନ୍ମେ।
ଚିୟାଃଚି ନେ ଦିପିଲିଏତେ ସତ୍ରା ଓଡ଼ୋଃ କା ଫାର୍ଚି ହଡ଼ ଆମାଃତାଃ କାକ ହିଜୁଃଆ।
2 ହେ ଯୀରୁଶାଲେମ୍, ବିରିଦ୍ମେ, ଆମାଃ ହଡ଼୍ମ ଏତେ ଧୁଡ଼ି କଟାକେଦ୍ତେ ରାଜ୍ଗାଦିରେ ଦୁବ୍ମେଁ।
ହେ ସିୟୋନ୍ରେନ୍ ତଲାକାନ୍ କୁଡ଼ି, ଆମାଃ ହଟଃରାଃ ତଲାକାନ୍ ସିକ୍ଡ଼ି ରାଡ଼ାତାମ୍।
3 ଚିୟାଃଚି ପ୍ରାଭୁ ନେ ସବେନ୍ କାଜି କାଜିତାନାଏ, ଆପେ ବେଗାର୍ ଗନଙ୍ଗ୍ତେ ଆଖ୍ରିଙ୍ଗ୍କାନ୍ ତାଇକେନାପେ, ଓଡ଼ୋଃ ବେଗାର୍ ଗନଙ୍ଗ୍ତେ ରାଡ଼ାନାଃପେ। 4 ଚିୟାଃଚି ପେଡ଼େୟାନ୍ ପ୍ରାଭୁ ନେ କାଜି କାଜିତାନା, ଆଇଁୟାଃ ହଡ଼କ ସିଦାତେଦ ମିସାର୍ ଦିଶୁମ୍ତେ ତାଇନ୍ ନାଗେନ୍ତେକ ସେନଃୟାନା, ଏନ୍ତେ ଆସେରିୟା ହଡ଼କ ସାମା ସାମାତେ ଇନ୍କୁକେ ସିଗିଦ୍ କେଦ୍କଆକ। 5 ଏନାମେନ୍ତେ ପ୍ରାଭୁ କାଜିତାନାଏ, ନେତାଃରେ ଆଇଁୟାଃ ଚିନାଃ ମେନାଃ ? ଆଇଁୟାଃ ହଡ଼କଦ ବେଗାର୍ ଗୁହ୍ନା କେଦ୍ତେ ତଲ୍ ଇଦିୟଃତାନାକ ଓଡ଼ୋଃ ଇନ୍କୁଆଃ ଚେତାନ୍ରେ ରାଇଜ୍ତାନ୍ ହଡ଼କ ସିଗିଦ୍କ ତାନାକ ଓଡ଼ୋଃ ଆଇଁୟାଃ ନୁତୁମ୍କେ ସିଙ୍ଗିସାଟୁବ୍ ଜାନାଅଗି ଏତ୍କାନାଃକ କାଜିତାନା। 6 ଏନାମେନ୍ତେ ଆଇଁୟାଃ ହଡ଼କ, ଆଇଁୟାଃ ନୁତୁମ୍ ସାରିୟାକ। ତାବ୍ଦ ଇନ୍କୁ ଏନ୍ ହୁଲାଙ୍ଗ୍ ସାରିୟାକ ଯେ, ଆଇଙ୍ଗ୍ ଇନିଃଗି ତାନିଙ୍ଗ୍, ଅକଆଃଚି ଇନ୍କୁକେ ନେ ସବେନାଃ ସିଦାରେଗି କାଜିୟାକାନ୍ ତାଇକେନା। ହେଗି, ଆଇଙ୍ଗ୍ ଇନିଃଗି ତାନିଙ୍ଗ୍।
7 ଅକନ୍କ ସୁକୁକାଜି ଆଉୱାଃକ
ଓଡ଼ୋଃ ଜୀଉସୁକୁ କାଜିକ ଉଦୁବାଃକ, ବୁଗିନ୍ ସୁକୁକାଜି ଆଉୱାଃକ
ଓଡ଼ୋଃ ପାରିତ୍ରାଣ୍ରାଃ କାଜି ଉଦୁବାଃକ,
ଇନ୍କୁ ସିୟୋନ୍କେ କାଜିୟାଃକ,
"ଆପେୟାଃ ପାର୍ମେଶ୍ୱାର୍ ରାଇଜ୍ ରିକାଃଏ"
ବୁରୁ ଚେତାନ୍ରେ ଆୟାଃ କାଟା ଚିମିନ୍ ସୁଗାଡ଼ାନ୍ଗିୟା।
8 ଆପେୟାଃ ନାଗାର୍କେ ହରତାନ୍କ କାଉରିତାନା, ଇନ୍କୁ ପୁରାଃଗି କାଉରିତାନାକ,
ଇନ୍କୁ ମିଦ୍ତାଃରେ ଦୁରାଙ୍ଗ୍ତାନାକ,
ଚିୟାଃଚି ପ୍ରାଭୁ ସିୟୋନ୍ତେ ରୁହାଡ଼୍ ହିଜୁଃ ଇମ୍ତା
ଇନ୍କୁ ସାମ୍ନା ସାମ୍ନି ନେପେଲାଃକ।
9 ହେ ଯୀରୁଶାଲେମ୍ରାଃ ହାଦୁଡ଼ାକାନ୍ ଠାୟାଦ୍କ, ପୁରାଃଗି ରାସ୍କାଅଃପେ,
ମିଦ୍ତାଃରେ ହୁଣ୍ଡିକେଦ୍ତେ କାଉରି ତାନ୍ଲଃ ଦୁରାଙ୍ଗେପେ।
ଚିୟାଃଚି ପ୍ରାଭୁ ଆୟାଃ ହଡ଼କକେ ଜୀଉରାଡ଼େଃ ଏମାକାଦ୍କଆଏ,
ଇନିଃ ଯୀରୁଶାଲେମ୍କେ ବାଞ୍ଚାଅକାଦା।
10 ପ୍ରାଭୁ, ସବେନ୍ ଦିଶୁମ୍ରେନ୍ ହଡ଼କଆଃ ନେପେଲ୍ରେ ଆୟାଃ ପାବିତାର୍ ସୁପୁ ଜିଲିଙ୍ଗ୍ କାଦାଏ
ଓଡ଼ୋଃ ଗଟା ଅତେଦିଶୁମ୍ ଆବୁଆଃ ପାର୍ମେଶ୍ୱାର୍ଆଃ ପାରିତ୍ରାଣ୍ ନେଲେୟା।
11 ଆପେ ସବେନ୍କ ନିର୍ପେ, ଏନ୍ ବାବିଲୋନ୍ ଏତେ ଅଡଙ୍ଗ୍ଅଃପେ,
ଜେତା ସତ୍ରା ବିଷାଏଲଃ ନାତା ଆଲ୍ପେ ଦହଏଆ।
ହେ ପ୍ରାଭୁଆଃ ମାନ୍ଦିର୍ଅଡ଼ାଃରାଃ ଜିନିଷ୍କ ଗଅଃତାନ୍ ହଡ଼କ,
ଆପେ ଫାର୍ଚିୟଃପେ।
12 ଆପେ ହାର୍ବାର୍ରେ ଆଲପେ ଅଡଙ୍ଗ୍ଅଃଆ
ଚାଏ ନିର୍ତାନ୍ଲଃ ଆଲପେ ଅଡଙ୍ଗ୍ଅଃଆ,
ଚିଆଃଚି ପ୍ରାଭୁ ଆପେୟାଃ ଆୟାର୍ ଆୟାର୍ ସେନାଃଏ,
ଇସ୍ରାଏଲ୍ରେନ୍ ପାର୍ମେଶ୍ୱାର୍ ଆପେୟାଃ ଦେଙ୍ଗାନିଃ ହବାଅଃଆଏ।
13 ନେଲେପେ,
ଆଇଁୟାଃ ଦାସି, ସେଣାଁତେ କାମି ରିକାୟା,
ଇନିଃ ସାଲାଙ୍ଗି, ମାରାଙ୍ଗ୍ ଓଡ଼ୋଃ ପୁରାଃ ମାଇନାନ୍ ହବାଅଃଆଏ।
14 ଆୟାଃ ରୁପ୍ ମାନୱା ହଡ଼ରାଃ ରୁପ୍ ଏତେ
ଓଡ଼ୋଃ ଆୟାଃ ଗାଠାନ୍ ମାନୱା ହଡ଼ରାଃ ଗାଠାନ୍ ଏତେ ପୁରା ବିଗ୍ଡ଼ାଅକାନ୍ ତାଇକେନା ଯେ,
ଇନିଃକେ ନେଲ୍କେଦ୍ତେ ହଡ଼କ ଆକ୍ଦାନ୍ଦାଅଃ ତାଇକେନାକ।
15 ଏନ୍ଲେକାଗି ଇନିଃ ପୁରାଃ କିଲିକକେ ମାୟୋମ୍ ହିର୍ଚିକଆଏ।
ଆୟାଃ ଆୟାର୍ରେ ରାଜାକ ହାପାକଆଃକ,
ଚିଆଃଚି ଅକ୍ନାଃ ଇନ୍କୁକେ କା କାଜିକାନ୍ ତାଇକେନା,
ଏନା ଇନ୍କୁ ନେଲେୟାକ ଓଡ଼ୋଃ ଅକଆଃ କାକ ଆୟୁମାକାଦ୍ ତାଇକେନା,
ଏନା ଇନ୍କୁ ଆଟ୍କାର୍ଉରୁମେଆକ।