1 ନେଲେପେ, ମିଆଦ୍ ରାଜା ଧାର୍ମାନ୍ ଲେକାତେ ରାଇଜ୍ ରିକାୟା ଓଡ଼ୋଃ ଇନିୟାଃ ହାକିମ୍କ ନ୍ୟାୟ ଲେକାତେ ରାଇଜ୍ ରିକାୟାକ। 2 ଏନ୍ ସବେନ୍କ ଆନ୍ଧିହୟ ଏତେ, ଦୁଦ୍ଗାର୍ ହୟଏତେ ଜୀଉବାଞ୍ଚାଅ ନାମେୟାଁକ, ବିର୍ରେ ଦାଆଃ ଲିଙ୍ଗିୟଃଆ, ଲଲ ପିଡ଼ିରେ ମାପ୍ରାଙ୍ଗ୍ ସେରେଙ୍ଗ୍ରେୟାଃ ଉମ୍ବୁଲ୍ ଲେକା ହବାଅଃଆ। 3 ଇମ୍ତା ଅକନ୍କ ଦାର୍ଶାନ୍ ନେଲାଃକ, ଇନ୍କୁଆଃ ମେଦ୍ ସୁକୁଲ୍ ଲେକା କା ନେଲଃଆ ଚାଏ ଆୟୁମ୍ତାନ୍କଆଃ ଲୁତୁର୍ ବୁଗିଲେକା ଆୟୁମଃଆ। 4 ଆଡଃଗି ଅକେୟାଃ ସେଣାଁ ବାନଃଆ, ଇନିଃ ଆଟ୍କାର୍ଉରୁମ୍ ନାମେୟା ଓଡ଼ୋଃ ପୁର୍ଛାଅ କେଦ୍ତେ କାଜି କା ଦାଡ଼ିତାନ୍ ଆଲାଙ୍ଗ୍ ବୁଗିନ୍ଗି ଜାଗାର୍ ରିକାୟା। 5 ଡଣ୍ଡ ହଡ଼କେ ମାଇନ୍ ନାମେନିଃ ମେନ୍ତେ କାଏ କାଜିୟଃଆ ଚାଏ ପୁରାଃ ଏତ୍କାନ୍ ହଡ଼ ମାଇନାନ୍ ନାମେନିଃ ମେନ୍ତେ କାଏ କାଜିୟଃଆ। 6 ଚିୟାଃଚି ପୁରାଃଗି କା ବୁଗିନାଃତେୟାଃକ ରିକା ନାଗେନ୍ତେ ଓଡ଼ୋଃ ପ୍ରାଭୁଆଃ ବିରୁଧ୍ରେ ହସଡ଼ କାଜିକ କାଜି ନାଗେନ୍ତେ, ରେଙ୍ଗେଜ୍ତାନ୍ ହଡ଼ରାଃ ଜୀଉ ଇଦି ନାଗେନ୍ତେ ଓଡ଼ୋଃ ତେତାଙ୍ଗ୍ତେ ତାଇନ୍ ନିଃକେ ଦାଆଃ କା ଏମ୍ ନାଗେନ୍ତେ, ଡଣ୍ଡ ହଡ଼ ଏତ୍କାନ୍ ରେୟାଃ କାଜିକ କାଜିୟା ଓଡ଼ୋଃ ଆୟାଃ ମନ୍ସୁରୁଦ୍ରେ କା ଧାର୍ମାନ୍ କାଜିକ ଉଡ଼ୁଃ ରିକାୟା। 7 ଆଡଃଗି ଏତ୍କାନ୍ ହଡ଼ରାଃ ଉଡ଼ୁଃ କାଜିକାମିକ ଏତ୍କାନ୍ଗିୟା। ଇନିଃ ଲେବେଃ ମନ୍ରେନ୍ ହଡ଼କେ ବୁଗିନ୍ କାଜି କାଜିତାନ୍ ଇମ୍ତା, ନାରାଦୁରା ହଡ଼କେ ହସଡ଼ କାଜିତେ ଜିୟନ୍ ରିକାନାଙ୍ଗ୍ ଏତ୍କାନ୍ ଉହାଟ୍ ରିକାଃଏ। 8 ମେନ୍ଦ ମାଇନାନ୍ ହଡ଼ ବୁଗିନାଃ ଉହାଟ୍ ରିକାଃଏ ଓଡ଼ୋଃ ଇନିଃ ଅକ୍ନାଃ ବୁଗିନାଃ ତାନାଃ, ଏନାରେ ତିଙ୍ଗୁ କେଟେଃଦ୍ କେଦ୍ତେ ତାଇନାଃ।
9 ହେ ସୁକୁତେ ତାଇନ୍ତାନ୍ କୁଡ଼ିକ, ବିରିଦ୍ପେ ଓଡ଼ୋଃ ଆଇଁୟାଃ କାଜି ଆୟୁମେପେ, ଆଇଁୟାଃତାଃରେ ଆସ୍ରାଏତାନ୍ କୁଡ଼ିହନ୍କ, ଆଇଙ୍ଗ୍ କାଜିତାନ୍ କାଜି ବୁଗିଲେକା ଆୟୁମେପେ। 10 ଆଇଁୟାଃତାଃରେ ଆସ୍ରା ରିକାତାନ୍ କୁଡ଼ିକ, ଆପେ ମିଦ୍ ବାରାଷ୍ ଭିତାର୍ରେ ଚିମିନ୍ ମାହା ଆଡ଼ାଃଉଡ଼ୁଃ ରିକାନାଃପେ ଚିୟାଃଚି ଦାଖ୍ଜ ଜାଞ୍ଜି ହବାଅଃଆ ଓଡ଼ୋଃ ଜ ଇରଃ ଦିପିଲି କା ସେଟେରା। 11 ହେ ଆଇଁୟାଃତାଃରେ ଆସ୍ରାଏତାନ୍ କୁଡ଼ିକ, ଆପେ ସବେନ୍କ ଥାର୍ ଥାରାଅଃଆପେ, କା ଉଡ଼ୁଃ ପାହାମ୍ତାନ୍କ, ଆଡ଼ାଃଉଡ଼ୁଃଗଃପେ, ତୁସିଙ୍ଗ୍ ଲିଜାଃ ରାଡ଼ାକେଦ୍ଲଃ ସାମାହଡ଼୍ମ ରିକାଅଃପେ ଓଡ଼ୋଃ ଆପେୟାଃ ମାୟାଙ୍ଗ୍ରେ ସୁତାମ୍ରେୟାଃ ଲିଜାଃ ତଲଃପେ। 12 ଇନ୍କୁ ବୁଗିନ୍ ନେଲଃତାନ୍ ଲୟଙ୍ଗ୍ ଓଡ଼ୋଃ ବୁଗିନ୍ ଜ' ଏମ୍ତାନ୍ ଦାଖ୍ନାଡ଼ି ନାଗେନ୍ତେ କୁଡ଼ାମ୍ରେ ତିଃଇତେ ଦାଲେନାକ। 13 ଆଇଁୟାଃ ହଡ଼କଆଃ ଅତେରେ ଜାନୁମ୍ ଚୁପାଦ୍ ଓଡ଼ୋଃ ଦଧାଡ଼ି ଦାରୁକ ଅମନଃଆ, ହେଗି ଏନ୍ ରିଜ୍ରାଙ୍ଗ୍ ରିକାତାନ୍ ନାଗାର୍ ଓଡ଼ୋଃ ରାସ୍କା ରିକାତାନ୍ ସବେନ୍ ଅଡ଼ାଃ ନାଗେନ୍ତେ ଏନାଗି ହବାଅଃଆ। 14 ମାରାଙ୍ଗ୍ ନାଗାର୍ ଉଜାଡ଼୍ ରିକାଅଃଆ ଓଡ଼ୋଃ ହଡ଼ତେ ପେରେୟାକାନ୍ ନାଗାର୍ ସିଃସଏଃ ହବାଅଃଆ। ବୁରୁବେଡ଼ା ଓଡ଼ୋଃ ହରନାଙ୍ଗ୍ ବାଇୟାକାନ୍ ଗାଡ଼୍ ସବେନ୍ ହୁଲାଙ୍ଗ୍ ନାଗେନ୍ତେ ଲାପାଙ୍ଗା ହବାଅଃଆ, ଏନା ବୁରୁରେନ୍ ଗାଧାକଆଃ ରାସ୍କାଅଃ ଅତେ ଓଡ଼ୋଃ ଗୋଟ୍ରେନ୍ ଜାଁତୁକଆଃ ଆତିଙ୍ଗ୍ ଠାୟାଦ୍ ହବାଅଃଆ।
15 ଟୁଣ୍ଡୁରେ ଆବୁଆଃ ଚେତାନ୍ରେ ଆତ୍ମା ଦୁଲଃ ରେଦ, ବିର୍ରେୟାଃ ବୁଗିନ୍ ଅତେ ଓଡ଼ୋଃ ବୁଗିନ୍ ଅତେ ପାତ୍ଡ଼ା ଚୁପାଦ୍ତେ ପେରେୟାକାନ୍ ଠାୟାଦ୍ ମେନ୍ତେ ସାରିୟଃଆ। 16 ଇମ୍ତା ପ୍ରାଭୁ ବିର୍ରେୟାଃ ଠାୟାଦ୍ରେ ନ୍ୟାୟ ବିଚାର୍ ରିକାୟାଏ ଓଡ଼ୋଃ ଇନିୟାଃ ଧାର୍ମାନ୍ ରେୟାଃ ଜ ବୁଗିନ୍ ଅତେହାସା ଠାୟାଦ୍ରେ ତାଇନାଃ। 17 ଧାର୍ମାନ୍ରେୟାଃ କାମି ଜ ଲେକାତେ ଜୀଉସୁକୁ ହିଜୁଃଆ ଓଡ଼ୋଃ ଧାର୍ମାନ୍ ରେୟାଃ ଜ ହରାତେ ସବେନ୍ ହୁଲାଙ୍ଗ୍ ନିର୍ଫିକିର୍ ଓଡ଼ୋଃ ବେଗାର୍ ବରତେ ତାଇନ୍ ଦାଡ଼ିୟଃଆ। 18 ଆଇଁୟାଃ ହଡ଼କ ଜୀଉସୁକୁ ଠାୟାଦ୍ରେ ନିର୍ଫିକିର୍ ତାଇନାଃକ। କେଟେୟାନ୍ ଅଡ଼ାଃରେ ଓଡ଼ୋଃ ରୁଡ଼ୁନ୍ ଠାୟାଦ୍ରେ ତାଇନାଃକ। 19 ପାତ୍ଡ଼ା ଚୁପାଦ୍ ନକ୍ସାନ୍ ହବାଅଃ ଦିପିଲିରେ ଆରିଲ୍ ଦାଆଃ ଗାମାଏୟା ଓଡ଼ୋଃ ନାଗାର୍କ ପୁରାଗି ଜିୟନ୍କଆଃ। 20 ଆପେ ଧାଇନ୍ ତାନ୍ପେ, ଦାଆଃ ଲିଙ୍ଗିୟଃତାନ୍ ଠାୟାଦ୍ରେ ହିତା ହେରେତାନାପେ। ଉରିକ୍ ଓଡ଼ୋଃ ଗାଧାକକେ ବାହାରିରେ ବେଗାର୍ ବରତେ ଗୁପିକ ତାନାପେ।