1 ହଡ଼କ କାଜିରୁହାଡ଼୍କେଦା,
ଆଲେୟାଃ ସୁକୁକାଜି ଆୟୁମ୍କେଦ୍ତେ ଅକଏ ବିଶ୍ୱାସ୍କାଦା ?
ଓଡ଼ୋଃ ପ୍ରାଭୁଆଃ ତିଃଇରାଃ ସୁପୁ ଅକଏତାଃରେ ଉଦୁବ୍କାନା ?
2 ଚିୟାଃଚି ଇନିଃ ପାର୍ମେଶ୍ୱାର୍ଆଃ ଆୟାର୍ରେ ଚାରା ଦାରୁ ଲେକା
ଓଡ଼ୋଃ ରହଡ଼୍ ଅତେ ଏତେ ଗାଜାକାନ୍ ଦାରୁ ଲେକା ବାର୍ନାଃ ହାରା ଇଦିୟଃଆ।
ଇନିଃତାଃରେ ଜେତାନ୍ ସୁଗାଡ଼ାନ୍ କା ତାଇନାଃ ଅକ ହରାତେଚି ଆବୁ ଇନିଃକେ ନେଲିତେୟାଃବୁ।
ଓଡ଼ୋଃ ଇନିୟାଃ ନେ ଲେକା କା ତାଇନ୍କେନା ଅକ ହରାତେ ଚି ଆବୁ ଇନିଃକେ ଦୁଲାଡ଼ିତେୟାଃ।
3 ଇନିଃ ମାଇନ୍ କା ନାମଃନିଃ ମେନ୍ତେ କାଜିୟାନା ଓଡ଼ୋଃ ହଡ଼କତାଃ ଏତେ ସାଙ୍ଗିନ୍ୟାନା,
ଇନିଃ ଦୁକୁତେ ପେରେୟାକାନ୍ ହଡ଼ ତାଇନ୍କେନା,
ଉରି ବେମାର୍ତେ ପେରେୟାକାନ୍ନିଃ ତାଇକେନାଏ
ଓଡ଼ୋଃ ହଡ଼କ ଇନିଃକେ ନେଲ୍କେଦ୍ତେ ମେଦ୍ମୁହାଁଡ଼୍କେ ଦୟାକୁଣ୍ଡାମ୍ ତାଇକେନା।
ଓଡ଼ୋଃ ଆବୁ ଇନିଃକେ କାବୁ ମାଇନ୍କିୟା।
4 ସାର୍ତିଗି ଇନିଃ ଆବୁଆଃ ଦୁକୁ ସବେନାଃକେ ସାହାତିଙ୍ଗ୍କେଦା
ଓଡ଼ୋଃ ଆବୁଆଃ ଦୁକୁହାସୁକଏ ଗଅଃଇଦିକେଦା।
ଏନ୍ରେହ ଆବୁ ପାର୍ମେଶ୍ୱାର୍ତାଃଏତେ ଦାଲ୍କାନ୍, ଘାଅକାନ୍
ଓଡ଼ୋଃ ଦୁକୁତେ ଉୟୁଗାକାନା ମେନ୍ତେବୁ ଆଟ୍କାର୍ କେଦା।
5 ମେନ୍ଦ ଇନିଃ ଆବୁଆଃ ପାପ୍ ରେୟାଃ କାଜି ନାଗେନ୍ତେ ଘାଅଘସ୍ ୟାନାଏ
ଓଡ଼ୋଃ ଆବୁଆଃ ଗୁହ୍ନା କାଜି ନାଗେନ୍ତେ ଜିମା ୟାନାଏ,
ଆବୁଆଃ ସୁକୁ ନାଗେନ୍ତେ ଇନିୟାଃ ଚେତାନ୍ରେ ସିଗିଦ୍ ହିଜୁଃୟାନା।
ଓଡ଼ୋଃ ଇନିଃ ହାଁଣ୍ସାୟାନ୍ ହରାତେ ଆବୁ ସବେନ୍ ବୁଗିୟାନା।
6 ଆବୁ ସବେନ୍ ଗୋଟ୍ରେନ୍ ମିଣ୍ଡି ଲେକା ହରା ଆଦାକାନାବୁ।
ଆବୁ ସବେନ୍ ଆପାନ୍ ଆପାନ୍ ହରାରେବୁ ରୁହାଡ଼୍କାନା
ଓଡ଼ୋଃ ପ୍ରାଭୁ, ଆବୁଆଃ ସବେନ୍କଆଃ ଗୁହ୍ନାଁକେ ଆୟାଃ ଚେତାନ୍ରେ ଗଅଃ ଇଦିକେଦା।
7 ଇନିଃ ସିଗିଦ୍ ୟାନାଏ,ଏନ୍ରେହ ଇନିଃ ଆପାନ୍କେ ଲେବେଃ ମନ୍ତେ ସାହାତିଙ୍ଗ୍ ତାଇକେନା
ଓଡ଼ୋଃ କାଏ କାଉରି କେଦା।
ଦାଣେଁ ରାକାବ୍ ଠାୟାଦ୍ତେ ଇଦିୟଃତାନ୍ ମିଣ୍ଡିହନ୍ ଲେକା,
ଉବ୍ କାଇଁଚିନିୟାଃ ହେପାଦ୍ରେ ହାପାଗି ତିଙ୍ଗୁୟାନାଏ
ଓଡ଼ୋଃ ଜେତ୍ନାଃ କାଏ କାଜିକେଦା।
8 ଇନିଃକେ ପୁରାଃଗି ସିଗିଦ୍କିୟାକ ଓଡ଼ୋଃ ବିଚାର୍କେଦ୍ତେ ଗନଏଃ ରେୟାଃ ସାଜାଇ ନାମ୍ ନାଗେନ୍ତେ ଇଦିୟାନା।
ଓଡ଼ୋଃ ଇନିଃ ଜିନିଦ୍ ତାଇନ୍ତାନ୍ ହଡ଼କଆଃ ଦିଶୁମ୍ ଏତେ ସାଙ୍ଗିନ୍ୟାନା।
ଏନା ଏନ୍ ଦିପିଲିରେନ୍ ଜେତାଏ ହଡ଼ ଚିନାଃ ପାହାମ୍ କେଦା ?
ଆବୁଆଃ ହଡ଼କଆଃ ପାପ୍ ନାଗେନ୍ତେ ଇନିଃ ଦାଲ୍ ନାମ୍କେଦା।
9 ଇନିଃ ଜେତ୍ନାଃ କାଏ ପାପ୍କାଦା ଓଡ଼ୋଃ ଆୟାଃ ମଚାଏତେ ଜେତାନ୍ ବେଦା କାଜି କା ଅଡଙ୍ଗ୍କାନ୍ ରେହଁ,
ହଡ଼କ ଇନିଃକେ ଏତ୍କାନ୍ କାମିକଲଃ ଜକା କେଦ୍ତେ ଇନିୟାଃ କାବାର୍ ଗାଡା ବାଇକେଦାକ
ଓଡ଼ୋଃ ଇନିଃ କିସାଁଣ୍ ହଡ଼କଲଃ ତପାୟାନାଏ।
10 ଏନ୍ରେହ ଇନିଃକେ କେଟେଃ ସିଗିଦ୍ ଏମ୍ ନାଗେନ୍ତେ ପ୍ରାଭୁଆଃ ସାନାଙ୍ଗ୍ ହବାୟାନା,
ଇନିଃକେ ପୁରାଃଗି ଦୁକୁ ଏମ୍କିୟା, ଆମ୍ ଇନିୟାଃ ଜୀଉକେ ପାପ୍ ରେୟାଃ ଦାଣେଁ ରାକାବ୍ତାନ୍ ଲେକା ବାଇକିୟା।
ଇନିଃ ଆୟାଃ କିଲିକକେ ନେଲ୍କଆ, ଇନିଃ ଜାନାଅଗି ହବାଅଃଆଏ
ଓଡ଼ୋଃ ଇନିୟାଃ ତିଃଇରେ ପ୍ରାଭୁଆଃ ଇଛାସାନାଙ୍ଗ୍ ପୁରାଅଃଆ।
11 ଇନିଃ ଆୟାଃ ଦୁକୁରାଃ ଜଅ ରେୟାଃ ନାଲା ନେଲ୍କେଦ୍ତେ ରାସ୍କାଅଃଆ,
ଆଇଁୟାଃ ଧାର୍ମାନ୍ ଦାସି ଆୟାଃ ସେଣାଁନ୍ତେ ପୁରାଃକକେ ଧାର୍ମାନ୍ ହରାରେ ଆଉକଆ
ଓଡ଼ୋଃ ଇନିଃ ଇନ୍କୁଆଃ ପାପ୍କ ଗଅଃ ଇଦିୟା।
12 ମେନ୍ଦ ଆଇଙ୍ଗ୍ ଇନିଃକେ ପୁରାଃ ମାଇନ୍ ନାମେତାନ୍କଆଃ ଥାଲାରେ ହିସା ଏମାଇୟାଇଙ୍ଗ୍
ଓଡ଼ୋଃ ଇନିଃ ପେଡ଼େୟାନ୍ ହଡ଼କଲଃ ରେଃକ୍କାନ୍ ଜିନିଷ୍କେ ହାଟିଙ୍ଗ୍କେଦ୍ତେ ଇଦିୟା।
ଚିୟାଃଚି ଇନିଃ ଗନଏଃ ଦୁହାର୍ରେ ଆୟାଃ ଜୀଉକେ ଦୁଲ୍କାଦାଏ
ଓଡ଼ୋଃ ଗୁହ୍ନାଁ ରିକାକାଦ୍ ଏତ୍କାନ୍କଲଃ ଲେକାୟାନାଏ।
ଏନ୍ରେହ ଇନିଃ ସବେନ୍କଆଃ ପାପ୍ରେୟାଃ ବାହାରମ୍କେ ଗଅଃ ଇଦିକେଦାଏ
ଓଡ଼ୋଃ କା ଧାର୍ମାନ୍କ ନାଗେନ୍ତେ ବିନ୍ତିକେଦାଏ।