ପର୍ମେସର୍ ଅବ୍ରାମ୍କେ ଡାକ୍ଲା
1 ତାର୍ପଚେ ସବୁବେଲର୍ ମାପ୍ରୁ ଅବ୍ରାମ୍ କେ କଇଲା,ତମେ ନିଜର୍ ଦେସ୍ ଆରି ଜାତି କୁଟୁମ୍ ଆରି ବାବାର୍ ଗର୍ଦୁଆର୍ ଚାଡିକରି, ମୁଇ ଜନ୍ ଦେସ୍ ତମ୍କେ ଦେକାଇବି ସେ ଦେସେ ଜାଆ। 2 ମୁଇ ତର୍ ଲଗେ ଅନି ଗଟେକ୍ ବଡ୍ କୁଟୁମ୍ ଗଡ୍ବି ଆରି ମୁଇ ତକେ ଆସିର୍ବାଦ୍ କରି ତର୍ ନାଉଁ ଡାକ୍ପୁଟା କର୍ବି,ତୁଇ ଆସିର୍ ବାଦର୍ ମୁଲ୍ଡେଲି ପାରା ଅଇସୁ। 3 ଜନ୍ ଲକ୍ ତମ୍କେ ଆସିର୍ବାଦ୍ କର୍ବାଇ, ମୁଇ ସେମନ୍କେ ଆସିର୍ବାଦ୍ କର୍ବି, ଆରି କେ ଜଦି ତମ୍କେ ସାଇପ୍ ଦେବାଇ ,ମୁଇ ସେମନ୍କେ ଅବିସାପ୍ ଦେବି । ଆରି ତମର୍ ଲାଗି ମୁଇ ପୁର୍ତିବିର୍ ସବୁ ବଁସ୍ କୁଲ୍କେ ଆସିର୍ବାଦ୍ ପାଇବାଇ।