17 ସେଡ୍କି ବେଲେ ପର୍ମେସର୍ ପିଲା କାନ୍ଦ୍ବାଟା ସୁନ୍ଲା, ଆରି ପର୍ମେସରର୍ ଦୁତ୍ ଆକାସେ ଅନି ଆଗାର୍କେ ଡାକି କଇଲା, ଏ ଆଗାର୍ ତକେ କାଇଟା ଅଇଲା ? ଡର୍ନାଇଁ, କାଇକେ ବଇଲେ ଜନ୍ ଜାଗାଇ ପିଲା ଆଚେ, ସେ ଜାଗାଇ ପର୍ମେସର୍ ତାର୍ କାନ୍ଦ୍ବାଟାକେ ସୁନିଆଚେ । 18 ତୁଇ ଟିଆ ଅଇ ପିଲାକେ ଉଟାଇ କରି ଆତେ ଦାର୍, ଆମେ ତାର୍ ତେଇ ଅନି ଗଟେକ୍ ବଡ୍ କୁଲ୍ ଉବ୍ଜାଉଁ । 19 ସେଡ୍କିବେଲେ ପର୍ମେସର୍ ତାର୍ ଆଁକି ଦେକାଇଲା, ସେ ପାନି ବର୍ତି ରଇବା କୁଇଁକାଲ୍ ଦେକି ସିତି ଜାଇ ଚାମର୍ ମୁନାଇ ପାନି ପୁରାଇ ପିଲାକେ କୁଆଇଲା ।