ଇସାକ୍ ଗରାର୍ ତେଇ ବାସାକଲା
1 ଆଗ୍ତୁ ଅବ୍ରାଆମର୍ ବେଲେ ଜନ୍ ରକାମ୍ ମର୍ଡି ଅଇରଇଲା, ସେ ଦେସେ ଆରିତରେକ୍ ସେନ୍ତାର୍ ପାରା ମର୍ଡି ଅଇଲା, ଇସାକ୍ ଗରାର ତେଇ ପଲେସ୍ଟିଅମନର୍ ରାଜା ଅବିମେଲକର୍ ଲଗେ ଗାଲା । 2 ସେଡ୍କିବେଲେ ସବୁବେଲର୍ ମାପ୍ରୁ ତାକେ ଦର୍ସନ୍ ଦେଇ କଇଲା, ତୁଇ ମିସର୍ ଦେସେ ଜା ନାଇଁ, ମୁଇ ତମ୍କେ ଜନ୍ ଦେସେ ଜାଆ ବଲି କଇବୁ, ତେଇ ବାସାଉଆ । 3 ତମେ ଏ ଦେସେ ବାସା କରା, ତାର୍ପଚେ ତମର୍ ସାଇଜ ଅଇ ତମ୍କେ ଆସିର୍ବାଦ୍ କର୍ବୁ, ଆରି ତକେ ଆରି ତର୍ କୁଲ୍କେ ଏ ସବୁ ଦେସ୍ଦେବୁ ଆରି ତର୍ ବାବା ଅବ୍ରାମର୍ ଲଗେ ନିଜର୍ କଲା ପର୍ମାନ୍ ସପଲ୍ କର୍ବୁ । 4 ମୁଇ ଆକାସର୍ ତାରାମନର୍ ପାରା ତର୍ କୁଲ୍କେ ବୁତେକ୍ କରି ସେମନ୍କେ ଏସବୁ ଦେସ୍ ଦେବି ଆରି ତର୍ କୁଲର୍ ପାଇଁ ପୁର୍ତିବିର୍ ସବୁଜାତିର ଲକ୍ ଆସିର୍ବାଦ୍ ପାଇବାଇ । 5 ମୁଇ ତକେ ଆସିର୍ବାଦ୍ କର୍ବି ଜେନ୍ତିକି ଅବ୍ରାଆମ୍ ମର୍ ବାକିଅର୍ କାତା ମାନିକରି ମର୍ ଆଗିଆଁ ବିଦି ଆରି ଆଦେସ୍ ପାଲନ୍ କରିଆଚେ । 6 ତାର୍ପଚେ ଇସାକ୍ ଗରାର ତେଇ ବାସା କଲାଇ । 7 ତାର୍ପଚେ ସେ ଜାଗାର୍ ଲକ୍ମନ୍ ତାର୍ ମାଇଁଜି ବିସଇରେ ପାଚାର୍ଲାକେ, ସେ କଇଲା, ସେ ମର୍ ବଇନି, କାଇକେବଇଲେ ସେ ଲଗର୍ ଲକ୍ମନ୍ ରିବିକାର୍ ପାଇଁ ବଲି ମକେ ମର୍ତେ ମାର୍ବାଇ, ଏନ୍ତାର୍ ବାବି ସେ ତାକେ ନିଜର୍ ମାଇଁଜି ବଲି କଇବାକେ ଡରିଗାଲା, କାଇକେବଇଲେ ରିବିକା ବେସି ସୁନ୍ଦ୍ରି ରଇଲା।
। 8 ଆରି ସେ ଜାଗାଇ ବେସି ବରସ୍ ବାସା ଅଇ ରଇଲା ପଚେ ଗଟେଦିନ୍ ପଲେସ୍ଟିଅ ରାଜା ଅବିମେଲକ୍ ଜର୍କା ବାଟେ ଦେକି କରି ଇସାକ୍କେ ନିଜର୍ ମାଇଁଜି ରିବିକା ସଙ୍ଗେ ସୁଆବସା ଅଇତେ ରଇବାଟା ଦେକ୍ଲା ।